Breaking News

ବାଉଁଶ ବାନ୍ଦି ଯାଜପୁର-କେନ୍ଦ୍ରାପଡା ଜିଲ୍ଲାସୀମା ସିଲ କଲା ପ୍ରଶାସନ

ବରୀ--  ମହାମାରୀ କରୋନା ଭାଇରସକୁ ରୋକ ଦେବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ସୋମବାର ଅପରାହ୍ନରେ ଯାଜପୁର- କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତକୁ ସିଲ କରି ଦିଆଯାଇଛି । ଏହି ସିଲ ବାଉଁଶ ବାଡା ଦ୍ୱାରା କରାଯାଇଥିବା ଜଣାପଡିଛି । ଯାଜପୁର ଜିଲ୍ଲାର ବରୀ ବ୍ଲକ ଅଧିନ ଗମ୍ମୁ ଓ କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁରକୁ ସଂଯୋଗ କରୁଥିବା ବିରୁପା ସେତୁ ନିକଟରେ ବାଉଁଶ ବାଡା ଦ୍ୱାରା ସିଲ କରାଯାଇଛି । ସେହି ପରି ଏହି ବ୍ଲକ ଅଧିନ କମ୍ପଗଡ ନିକଟରେ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ବେଣିପୁର ରାସ୍ତାରେ ବାଡା ବାନ୍ଧି ସିଲ କରାଯାଇଥିଲାବେଳେ  ଏହି ବ୍ଲକ ଅଧିନ କଳାମାଟିଆ ସିମାନ୍ତ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ନଦୀ ବନ୍ଧ ରାସ୍ତାକୁ ବାଡା ବାନ୍ଧି ସିଲ କରି ଦିଆଯାଇଛି । ଏହି ସୀମାନ୍ତ ରାସ୍ତା ମାନଙ୍କରେ ଯାତାୟତ ଠପ ହୋଇଯାଇଛି । ଏହି ସୀମା ସିଲକୁ ବରୀ ତହସିଦାର ସରୋଜ କାନ୍ତ ନାୟକ, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ଉପସ୍ଥିତିରେ କରାଯାଇଥିବା ପ୍ରଶାସନ ସୂଚନା ଦେଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts