Breaking News

୪୮୭ଜଣଙ୍କୁ ରନ୍ଦା ଖାଦ୍ୟ ସତ୍ୟବାଦୀ ବ୍ଳକ ପ୍ରଶାସନ ଯୋଗାଇଦେଲା

ସାକ୍ଷୀଗୋପାଳ -----  କରୋନା ଯୋଗୁ ଅସହାୟ, ଦିନ ମଜୁରିଆ, ଖଟିଖିଆ, ବାହାର ରାଜ୍ୟରୁ ଆସିିକି ରହିଥିବା ଲୋକମାନଙ୍କୁ ତୁରନ୍ତ ରନ୍ଦା ଖାଦ୍ୟ ଯୋଗାଇ ଦେବା ପାଇଁ ସରାକର ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସତ୍ୟବାଦୀ ବ୍ଳକ ପ୍ରଶାସନ ୧୦ ଗୋଟି ଗ୍ରାମ ପଞ୍ଚାୟତ ମାଧ୍ୟମରେ ୪୮୭ ଜଣଙ୍କୁ ରନ୍ଦା ଖାଦ୍ୟ ବିତରଣ କରାଯାଇଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ । ଜୟପୁର, ମଧୁବନ, ଶ୍ରୀରାମଚନ୍ଦ୍ରପୁର, କାଦୁଆ, ବଳରାମପୁରଗଡ, ପରଜାପଡା, ରାୟଖଣ୍ଡୀ, ବଳପୁର, ମୂଳଅଳସା ଆଦି ଗ୍ରାମ ପଞ୍ଚାୟତ ଗୁଡିକରେ ରନ୍ଦାଖାଦ୍ୟ ବଣ୍ଟନ ହୋଇଥିବା ବେଳେ ଆସନ୍ତା କାଲିଠାରୁ ସମସ୍ତ ଗ୍ରାମ ପଞ୍ଚାୟତରେ ରନ୍ଦାଖାଦ୍ୟ ବଣ୍ଟନ କରାଯିବା ପାଇଁ ନିସ୍ପତି ହୋଇଥିବା ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ପ୍ରକାଶ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts