Breaking News

ଅତାବିରା ଏନଏସି କରୋନା ସଚେତନତା କରିବାରେ ବିଫଳ ; ଅଣ୍ଟା ଭିଡ଼ିଲା କଂଗ୍ରେସ.


  ବରଗଡ଼----ସାରା ବିଶ୍ୱରେ କରୋନାର ଆତଙ୍କ।ଯାହା ବିଶ୍ୱ ବିପତ୍ତି ଭାବେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଗୁଡିଏ ଆଗୁଆ ପଦକ୍ଷେପ ମାନ ନେଇଛନ୍ତି ।  ରାଜ୍ୟକୁ କିପରି କରୋନା ମହାମାରୀ ରୁ ଦୂରରେ ରଖାଯାଇ ପାରିବ ସେ ଦିଗରେ ସରକାର ହାତ ଖୋଲି ଦେଇଛନ୍ତି । ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଓ ଏନଏସି ଏଥିରେ ସାମିଲ ହୋଇଛି । କରୋନା ର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ମଧ୍ୟ ହେଉଛି।ହେଲେ ଅତାବିରା ବ୍ଲକ ତଥା ଏନଏସି ଅଞ୍ଚଳରେ ପ୍ରଶାସନିକ ଅବହେଳାରୁ ତାହା ଦୃଶ୍ୟମାନ ହେଉ ନଥିବା ପରି ମନେହୁଏ।କେବଳ ନାମକୁ ମାତ୍ର ଲୋକ ଦେଖାଣିଆ ଭାବେ  ସବୁ ଠିକ ଅଛି କହି ଲୋକଙ୍କୁ ଭୁଆଁ ବୁଲାଇବା ହିଁ ସାର ବୋଲି  ଲୋକମାନେ କହନ୍ତି । ମାସ୍କ ସେନିଟାଇଜର ତ ଦୂରରେ ଥାଉ ପଞ୍ଚାୟତ ମାନଙ୍କରେ  ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ଲକଡାଉନର ୫ଦିନ ପରେ ଓ ଏନଏସିରେ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି କରୋନା କେନ୍ଦ୍ର ଖୋଳାଯାଇଛି। ହେଲେ ସେଇଠି ମଧ୍ୟ ଅତି ହଲକା କାମ କରାଯାଇଛି ବୋଲି କଂଗ୍ରେସ ନେତା ମାନେ କହନ୍ତି ।ବାକି କଥା ତ ତେଣିକି ଥାଉ ଆଜି ପର୍ଯ୍ୟନ୍ତ ଅଞ୍ଚଳକୁ ସେନିଟାଇଜ ମଧ୍ୟ କରାଯାଇନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ। କୋଉଠି ହେଲେ ଟିକିଏ ବିଚିଂ ପାଉଡର ନାହିଁ କି ଫିନାଇଲ ମଧ୍ୟ ପକାଯାଇନାହିଁ।ଯାହା ଆଜି କଂଗ୍ରେସର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଏନଏସି ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ,ବ୍ୟାଙ୍କ,ଥାନା,ଏନଏସି କାର୍ଯ୍ୟାଳୟ ତଥା ଅଞ୍ଚଲକୁ ସେନେଟାଇଜ କରିବାକୁ ଅଣ୍ଟା ଭିଡିଥିିଲେ । ଯାହା ଅଞ୍ଚଳ ପାଇଁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।ଏଥିରେ କଂଗ୍ରେସ ଦଳର ବହୁ କର୍ମୀମାନଙ୍କ ସକ୍ରିୟ ସହଯୋଗ ରହିଥିିବାର ଦେଖାଯାଇଥିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts