Breaking News

କୋଣାର୍କରେ ଥିବା ଦୁଇ ଛାତ୍ରାବାସ ଛାଡିଲେ ଛାତ୍ରଛାତ୍ରୀ

କୋଣାର୍କ--- ଗତ ୨୦୧୯ ମସିହା ଡିସେମ୍ବର ମାସରେ ଚୀନ୍‌ରୁ ସୃଷ୍ଟି ହୋଇଥିବା ନୋଭେଲ କରୋନା ଭୁତାଣୁ କୋଭିଡ୍‌-୧୯ ଏବେ ସମଗ୍ର ବିଶ୍ୱରେ ସଂକ୍ରମିତ ହୋଇ ଚାଲିଛିିି । ଏହି ଭୁତାଣୁର ପ୍ରଭାବ ଏବେ ଭାରତରେ ଦେଖିବାକୁ ମିଳିଛି । ଏଣୁ ରାଜ୍ୟ ସରକାର ୨୨ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଲକ ଡାଉନ(ତାଲା ବନ୍ଦ) ଫାଇଁ ନିର୍ଦ୍ଧେଶନାମା ଜାରି କରିଛନ୍ତି । ଏହି ସମୟାବଦ୍ଧି ମଧ୍ୟରେ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।  ଜାନବାହାନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ରାଜ୍ୟରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ଛାତ୍ରାବାସରେ ରହି ବିଦ୍ୟାଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଛାତ୍ରାବାସ ପରିତ୍ୟାଗ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଧେଶ ଦେଇଛନ୍ତି । ଏଡି ନିର୍ଦ୍ଧେଶନାମା ଜାରିପରେ କୋଣାର୍କରେ ଥିବା ଓଡିଶା ସରକାରଙ୍କ ଅନୁସୁଚୀତ ଜାତି ଓ ଅନୁସୂଚୀତ ଜନଜାତି କଲ୍ୟାଣ ବିଭାଗ(ଏସଏସଡି) ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲର ଛାତ୍ରାବାସରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ରହି ବିଦ୍ୟାଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଆଜି ଛାତ୍ରାବାସ ଛାଡିଛନ୍ତି । ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରବାସରେ ଥିବା୧୫୩ଜଣ ଛାତ୍ର ଓ ୧୩୫ ଜଣ ଛାତ୍ରୀ ମୋଟ ୨୮୬ ଛାତ୍ରଛାତ୍ରୀ ଏବଂ ଆଶ୍ରମ ସ୍କୁଲର ଛାତ୍ରବାସରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ । ୨୦୬ଜଣ ଛାତ୍ର ଓ ୧୮୦ ଜଣ ଛାତ୍ରୀ ମୋଟ ୩୮୬ ଜଣ ଛାତ୍ରଛାତ୍ରୀଙ୍କୁ ଉଭୟ ବିଦ୍ୟାଳୟର କତୃପକ୍ଷ ତିନିମାସର ଛାତ୍ରବୃତ୍ତି ଦେବାସହ ସେମାନେ ଯାଉଥିବା ଯାନବାହନକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରମାଣପତ୍ର ଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ନମିତା ଦାଶ ସୂଚନା ଦେଇଛନ୍ତି ।
 କେଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts