Breaking News

ସ୍ଥିତି ଗମ୍ଭୀର,ଘରୁ ବାହାରିଲେ ପଡିପାରେ ମହଙ୍ଗା....



 ବରଗଡ଼--- ଜାତୀୟ ବିପତ୍ତି ନୁହେଁ ବିଶ୍ୱ ବିପତ୍ତି କରୋନା ଭାଇରସ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମହାମାରୀକୁ ଆୟତାଧିନ କରିବା ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ତୁରନ୍ତ ପଦକ୍ଷେପ ମାନ ଗ୍ରହଣ କରିବାକୁ ଜିଲ୍ଲା ତଥା ବ୍ଲକ ପ୍ରଶାସନ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଅତାବିରା ବ୍ଲକରେ ସରକାର ଙ୍କ ନିର୍ଦ୍ଦେଶ ଫେଲ ମାରୁଥିବା ଜଣା ପଡୁଛି। ଯାହା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ଲକର ପଞ୍ଚାୟତ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ସେଇଠି ସଂକ୍ରମିତ ଲୋକଙ୍କ ପାଇଁ ଖାଇବା ପିଇବା ରହିବାର ସମସ୍ତ ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଇଛି । ଅତାବିରା ବ୍ଲକରେ ଅସ୍ଥାୟୀ କେନ୍ଦ୍ର ମାନ ସମ୍ପୂର୍ଣ୍ଣ ହେଇ ପାରୁ ନଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇ ପଡିଛି।କେଉଁ କେନ୍ଦ୍ରରେ ୫ଟା ତ ଆଉ କେଉଁ କେନ୍ଦ୍ରରେ ୧୦ ଓ ଆଉ କେଉଁ କେନ୍ଦ୍ରରେ ୪୦ଟା ପର୍ଯ୍ୟନ୍ତ ବେଡ଼ ଦିଆଯାଇଛି ।  ବେଡ଼ ଅର୍ଡର ପାଇଁ ଦିଆଯାଇ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳେ। ରାଜ୍ୟ ତଥା ଦେଶ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। ଯଦ୍ୱାରା ଲୋକେ ଆସି ଗାଁ ତଥା ପଡା ମାନଙ୍କରେ ରହି ଭୟର ବାତାବରଣ ସୃଷ୍ଟି ହେଉଥିବା ଦେଖା ଦେଉଛି।ଅନେକେ ଏକାନ୍ତ ବାସରେ ନରହି ବାହାରେ ବୁଲାବୁଲି କରି ଲୋକଙ୍କୁ ଭୟଭୀତ କରାଉଥିବାର ମଧ୍ୟ ପୁରପଲ୍ଲୀର ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି।ଅନେକ ଗାଁ ଗଣ୍ଡାରେ ଲୋକେ ଧୀରେ ଧୀରେ ଲକ ଡାଉନ ସହ ଲକ୍ଷ୍ମଣ ରେଖାକୁ ବୁଝି ଗାଁ ଗଣ୍ଡାର ପ୍ରବେଶ ପଥ ବନ୍ଦ କରି ଗାଁକୁ ବିନା ଅନୁମତିରେ ପ୍ରବେଶ ନିଷିଦ୍ଧ କରିସାରିଲେଣି।ଏନେଇ ପ୍ରଶାସନ ପକ୍ଷରୁ ଡ଼ାକବାଜି, ବ୍ୟାନର, ପୋଷ୍ଟର,ସ୍ୱାସ୍ଥ୍ୟ, ଅଙ୍ଗନାଓ୍ବାଡି,ଆଶା କର୍ମୀ ମାଧ୍ୟମରେ ଘର ଘର ବୁଲି ଲୋକଙ୍କୁ ଘରେ ରହନ୍ତୁ,ସୁସ୍ଥ ରୁହନ୍ତୁ ବାର୍ତ୍ତା ଦେଇ ସଚେତନ  କରୁଛନ୍ତି । ପୋଲିସ ବାହିନୀ ପକ୍ଷରୁ ମଧ୍ୟ ଦୃଢ଼ ପଦକ୍ଷେପ ଜନତା କର୍ଫୁ ସହ ଦୁଇ ରୁ ତିନି ଜଣ ଗହଳି କଲେ ରାଜରାସ୍ତା ଉପରେ ଉଠବସ କରିବା ସହ ଲାଠି ଚାଳନା କରି ଲୋକଙ୍କୁ ତାଗିଦ କରାଯାଉଛି।ସେହିପରି ଏନଏସି ଅଞ୍ଚଳରେ ଲୋକଙ୍କ ପାଇଁ ଲକ୍ଷ୍ମଣରେଖା ଟଣାଯାଇଛି ଓ ଲୋକେ ମାନୁଛନ୍ତି।ହେଲେ ଗାଁ ଗଣ୍ଡାରେ ଲୋକେ ଲକ ଡାଉନ ବ୍ୟବସ୍ଥାକୁ ନ ମାନି ପଡା ମାନଙ୍କରେ ଗହଳି କରୁଥିବା ଜଣାଯାଉଛି।ଯାହା ସ୍ଥିତି ଗମ୍ଭୀର ଆଡକୁ ଗତି କରୁଥିବା ବେଳେ ଲୋକଙ୍କୁ ନିଜେ ନିଜକୁ ସତର୍କତାର ସହ ଅନ୍ୟକୁ ସଚେତନ କରିବା ପାଇଁ ଦେଶବାସୀଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାର୍ତ୍ତା ପ୍ରଦାନ କରାଯାଉଛି।ତେବେ ପଞ୍ଚାୟତ ମାନଙ୍କରେ ହେଉଥିବା କେନ୍ଦ୍ର ମାନଙ୍କ ଉପରେ ତୁରନ୍ତ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts