ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା
ବରୀ---- ମହାମାରୀ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବରୀ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୋମବାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ବରୀ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ନେତା ଉମେଶ ଜେନା, ଓଏନଜି ଫାର୍ମା ପକ୍ଷରୁ ସୁନିତା ଜେନା ୫୦ ହଜାର ଟଙ୍କା ଲେଖାଁ ଚେକ୍ ବରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ଜରିଆରେ ଦେଇଥିବା ଜଣାପଡିଛି । ଓଏନଜି ଫାର୍ମା ପକ୍ଷରୁ ନିର୍ଦ୍ଦେଶକ ଦୁଷ୍ମ୍ମନ୍ତ କୁମାର ଜେନା ୧ ହଜାର ମାକ୍ସ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କୁ ବଣ୍ଟନ ପାଇଁ ଦେଇଛନ୍ତି । ଅମ୍ରେଶ ପରିଡା, ମନୋଜ ଦାସ, ପ୍ରବୀଣ ଦାସ, ସୈାଭାଗ୍ୟ ଦାସ ଓ ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବ୍ଲକ ଅଧିନ କନ୍ତିଆ ଗ୍ରାମର ଯାଦବ ସମିତି ପକ୍ଷରୁ ଯାଜପୁର ଉପଜିଲ୍ଲାପାଳଙ୍କ ଜରିଆରେ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲାବେଳେ ବାଲିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ ଘଡେଇ ୫ ମାସର ଦରମା ବରୀ ବିଡିଓ ଶାଶ୍ୱତ କୁମାର ଜେନାଙ୍କ ଜରିଆରେ ପ୍ରଦାନ କରିଥିବା ସୂଚନା ମିଳିଛି । ବୋଦୁଅ ପଞ୍ଚାୟତ ପାଳସାହିଗ୍ରାମର ସାମାଜିକ କର୍ମୀ ଶର୍ମିଷ୍ଠା ଜେନା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ଚେକ ପ୍ରଦାନ କରିଥିବା ଜେନା କହିଛନ୍ତି ।
ଯାଜପରୁ ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପରୁ ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ