ଜମି ବାଡି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ
କୁଜଙ୍ଗ-----କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରକୁ ଅନ୍ୟ ଏକ ପରିବାର ସଂଘ ବଦ୍ଧ ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଏକ ଜମିରେ ସ୍ଥିତାବସ୍ଥା ପାଇଁ କୋର୍ଟଙ୍କ ରାୟ ରହିଥିବା ବେଳେ ଏହି ବିବାଦୀୟ ଜମିରେ ଜଣେ ଗଛକଟା ଓ ଅନ୍ୟାନ କାର୍ଯ୍ୟକୁ ନେଇ ଗୋଷ୍ଠି ସଂଘର୍ଷ ଘଟିଥିଲା । ଏଥିରେ ବାମଦେଇପୁର ଗ୍ରାମର ବିଚିତ୍ର ମହାନ୍ତି, ତାଙ୍କ ପତ୍ନୀ ଲୋଚନା ମହାନ୍ତି, ସଚିତ୍ର ମହାନ୍ତି, ପତ୍ନୀ କାଦମ୍ବନୀ ମହାନ୍ତି, ସଚିତ୍ରଙ୍କ ପୁଅ ବବୁଲ ମହାନ୍ତି ଓ ସଚିତ୍ରଙ୍କ ଝିଅ ଜ୍ୟୋତିର୍ମୟୀଙ୍କୁ ଘରେ ମଧ୍ୟ ପସି ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ବିଚିତ୍ରଙ୍କ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ବହୁ ପରିବାର ସଦସ୍ୟ ଆହତ ହୋଇଛନ୍ତି । ଏହି ସମ୍ପର୍କରେ ଗ୍ରାମର ଅଭି ଦଳାଇ, ରବି ଦଳାଇ ଓ ଦେବ ଦଳାଇ ପ୍ରମୁଖ ତାଙ୍କ ପରିବାର ସଦସ୍ୟ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୁଲିସ ଗ୍ରାମରେ ପହଂଚି ତଦନ୍ତ କରି େ‘ରିଆସିଥିବା ଜଣାପଡିଛି ।
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର