Breaking News

ଲକ ଡାଉନ ସମୟରେ ବାହର ରାଜ୍ୟର ଲୋକଙ୍କୁ ସହଯୋଗର ହାତ ବଡାଇଲା ସତ୍ୟବାଦୀ ବ୍ଳକ ପ୍ରଶାସନ

ସାକ୍ଷୀଗୋପାଳ ---- ରାଜ୍ୟରେ କରୋନା ଯୋଗୁ ସବୁଆଡେ ଲକ୍ ଡାଉନ ଘୋଷଣା କରାଯାଇଛି । ସେଥିଯୋଗୁ ସବୁ ଠପ ହୋଇଯାଇଛି । ଗାଡି, ମଟର , ଦେକାନ ବଜାର , କାମ ଧନ୍ଦା ବନ୍ଦ ହୋଇଯାଇଛି । ଯାହା ଫଳରେକି ଲେକମାନେଏକ ରକମ ଘରେ ନଜର ବନ୍ଦୀରେ ରହିଛନ୍ତି । ସେହିପରି ପିଲା ଛୁଆ ଧରି ୩୫ଜଣ ଛତିଶଗଡ ରାଜ୍ୟରୁ ଲୋକମାନେ ସତ୍ୟବାଦୀରେ ବେପାର ଓ କାମ କରିବା ପାଇଁ ଆସିଥିଲେ । କରୋନା ଯୋଗୁ ଲକ ଡାଉନ ଲାଗୁ ହେବା ପରେ ସେମାନେ ହଇରାଣରେ ପଡିଯାଇଛନ୍ତି । ସେମାନଙ୍କ ପାଖରେ ଯାହା ଥିଲା ପଇସା ସରିବାକୁ ବସିଲାଣି । ଭୋକ ଉପାସରେ ରହିଛନ୍ତି । ଏହାକୁ ନଜର କରି ପୁରୀ ଜିଲ୍ଲାପାଳ ବଳବନ୍ତି ସିଂଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ଶୁଖିଲା ଖାଦ୍ୟ  ଯୋଗାଇ ଦେଇଥିବା ଜଣାପଡିଛି ।  ଆସନ୍ତା କାଲି ଠାରୁ ସେମାନଙ୍କୁ ଅନ୍ୟ ସମାଗ୍ରୀ ଯୋଗାଇ ଦିଆଯିବାର ବନ୍ଦୋବସ୍ଥ କରାଯାଇଛି ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ପ୍ରକାଶ ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts