ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବିଶୋଧନ କରାଗଲା
ସାକ୍ଷୀଗୋପାଳ ---- କରୋନା ଭୁତାଣୁ ଏବେ ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକିବା ପାଇଁ ଏକମାତ୍ର ବାଟ ସାମାଜିକ ଦୁରତା ଓ ସଚେତନତା ରକ୍ଷା କରିବା ହେଉଛି ମୁଖ୍ୟ ଅସ୍ତ୍ର । ଏହାକୁ ନଜର କରି ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ଆଜି ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ବିଂଚି ପାଣିରେ ବିଷୋଧନ କରାଯାଉଛି । ଯାହାକି ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ରୋଗୀ ଓ ସେମାନଙ୍କର ସମ୍ପକୀୟ ମାନେ ଆସୁଛନ୍ତି । ଏହାକୁ ନଜର କରି ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସଂଧ୍ୟାରେ ସତ୍ୟବାଦୀ ଅଗ୍ନିଶମ ବିଭାଗର ଗୋଟିଏ ଗାଡିରେ ବିଂଚି ପକାଯାଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ. ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାର ପାତ୍ର ଙ୍କ ସହିତ ଆଗ୍ନିକ ମାନେ ବିଂଚି ପକାଇ ବିଶୋଧନ କରିଛନ୍ତି । ଆସନ୍ତା କାଲି ସାକ୍ଷୀଗୋପାଳ ବଜାର , ପରିବା ମାର୍କେଟ, ମାଛ, ମାଂସ ହାଟ ଗୁଡିକରେ ଏହି ପାଣି ପକାଯିବ ବୋଲି ବିଡିଓଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ