Breaking News

ଦୁଇ ବାଇକ ଦୁର୍ଘଟଣା ; ୨ମୃତ୍ୟୁ,୨ଆହତ


ଭଞ୍ଜନଗର----   କେରଳ ରୁ କିଛିଦିନ ତଳେ ଫେରିଥିବା ବେଳଗୁଣ୍ଠା ନିକଟ ଲୁଣିପଡା ଗ୍ରାମର ପବିତ୍ର ଗୌଡ଼ ଓ ଚନ୍ଦନ ଭୂୟାଁ ଗୋଟିଏ ବାଇକରେ ଏବଂ ଶଙ୍କର ଗୌଡ଼ ଓ ନାରାୟଣ ଭୂୟାଁ ଅନ୍ୟ ଏକ ବାଇକରେ ପଳାସ ପଲ୍ଲୀ ଗ୍ରାମକୁ ଯାଇଥିଲେ । ସେଠାରେ ସେମାନେ ନିଜ ସାଙ୍ଗମାନଙ୍କୁ ସାକ୍ଷାତ କରି  ସନ୍ଧ୍ୟାରେ ନିଜ ଗ୍ରାମକୁ ଫେରୁଥିଲେ । ଗୁଡିବନ୍ଧ-ବୁଢ଼ା କେନ୍ଦୁ ମଧ୍ୟ ଭାଗ ରାସ୍ତାରେ ଉଭୟଙ୍କ ବାଇକ ମଧ୍ୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା। ଫଳରେ ପବିତ୍ର ଓ ଚନ୍ଦନ ବସିଥିବା ବାଇକ ଟି ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶଙ୍କର ଓ ନାରାୟଣ ସାମାନ୍ୟ ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଚିକିତ୍ସିତ ହେଇଛନ୍ତି ।ଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ଏକ କେସ ରୁଜୁ କରି ଭଞ୍ଜନଗର ଡାକ୍ତରଖାନା ରେ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡିଛି । 

Blog Archive

Popular Posts