ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳରେ ଡମ୍ପିଙ୍ଗୟାର୍ଡ଼ ନିର୍ମାଣ
ନୟାଗଡ଼ ----ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଜାରିଙ୍ଗି ଗ୍ରାମରେ ଏକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ ପ୍ରକ୍ରିୟାକରଣ କେନ୍ଦ୍ରରେ ବିଜ୍ଞାପିତ ଅଞ୍ଚଳରୁ ବାହାରୁଥିବା ଦୈନିକ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ପ୍ରକ୍ରିୟାକରଣ କରାଯିବ। ପରିବେଶ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏହି କେନ୍ଦ୍ରରେ ବିଭିନ୍ନ ରାସାୟନିକ ଦ୍ରବ୍ୟର ଉତ୍ପାଦନ କରାଯିବ ବୋଲି ସୁଚନା ମିଳିଛି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ