Breaking News

ବିଲମାନପୁରରେ ଅଗ୍ନିକାଣ୍ଡ; ପାଳଗଦା ଜଳିଲା, ଧାନ ଗଦା ରହିଗଲା


S daliei
Nayagarh

ନୟାଗଡ଼--- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବିଲମାନପୁରରେ ଭୈରବ ଜେନାଙ୍କ ବାଡ଼ିରେ ଅଗ୍ନିକାଣ୍ଡ ଘଟିଯାଇଛି। ପ୍ରଥମେ ଅଗ୍ନିକାଣ୍ଡ ଘଟି ଏକ ପାଳ ଗଦା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।  ଖବର ପାଇ ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା କରିଥିଲେ। ଉକ୍ତ ବାଡ଼ିରେ ଥିବା ଧାନଗଦା ସୁରକ୍ଷିତ ଥିବା ଜଣାପଡିଛି।ଅଗ୍ନିଶମ ବିଭାଗର ଦୁଇଟି ଗାଡି ତତକ୍ଷଣାତ ପହଞ୍ଚି ଗାଁ ମୁଣ୍ଡରେ ଥିବା ପୋଖରୀରୁ ପାଣି ନେଇ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ।ଓଡ଼ଗାଁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରତାପ କୁମାର ପ୍ରଧାନ, ହାବିଲଦାର ପ୍ରଫୁଲ୍ଲ ପାଇକରାୟ, ଫାୟାରମ୍ୟାନ ନିମାଇଁ ସ୍ବାଇଁ, ଦୀପକ ସାହୁ,ଶୁଭ୍ରଜିତ ରଥ,ଡ୍ରାଇଭର ସୁନୀଲ କୁମାର ନାୟକ,ଦୀପକ ସାହୁ ପ୍ରମୁଖ ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇଥିବାରୁ ଗ୍ରାମବାସୀଙ୍କ ତରଫରୁ ପ୍ରଶଂସାର ପାତ୍ର ପାଲିଟିଛନ୍ତି । 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts