ଓଡ଼ଗାଁ ମାହୋତ୍ସବର ତୃତୀୟ ସଂଧ୍ୟାରେ ଗୋଟିପୁଅ ନୃତ୍ୟ ସାଙ୍ଗକୁ ରେକଡଡ୍ୟାନ୍ସ ଝୁମିଥିଲେ ଦର୍ଶକ
ନୟାଗଡ଼ --- ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ନିକଟରେ ଥିବା ମହୋତ୍ସବ ପଡ଼ିଆରେ ଚାଲିଥିବା ଓଡ଼ଗାଁ ମାହୋତ୍ସବର ଆଜି ଶନିବାର ଥିଲା ତୃତୀୟ ସଂଧ୍ୟା ।ପ୍ରଥମ ଦୁଇ ଦିନ ଖୁବ ଧୁମଧାମରେ ମହୋତ୍ସବ ପାଳିତ ହୋଇଥିବା ବେଳେ ଆଜି ତୃତୀୟ ଦିନରେ ଭରପୁର ମଜ୍ଜା ଉଠାଇଥିଲେ ଦର୍ଶକ।ଶୀତୁଆ ସନ୍ଧ୍ୟାରେ ସଙ୍ଗୀତ ଏବଂ ନୃତ୍ୟର ତାଳେ ତାଳେ ମତୁଆଲା ହୋଇଥିଲେ ଦର୍ଶକ।ମନୋରଞ୍ଜନର ଅନନ୍ୟ ମାଧୁର୍ଯ୍ୟ ଭରିଦେବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ । ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟନାୟକ।ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ରଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ।ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଗୟାଧର ପରିଡ଼ା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି,ଭାପୁର, ଶ୍ରୀଯୁକ୍ତ ଶ୍ରୀନିବାସ ସୁବୁଦ୍ଧି,ଅଧ୍ୟକ୍ଷ, ଶ୍ରୀ ପଲିଟେକ୍ନିକ, କୋମଣ୍ଡ,ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ସଭାପତି, ହସ କ୍ଲବ,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟନାୟକ, ବରିଷ୍ଠ ନାଗରିକ ପ୍ରମୁଖ।ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ।ମଞ୍ଚ ପରିଚାଳନାରେ ଥିଲେ ଭାବଗ୍ରାହୀ ମହାପାତ୍ର,ରଞ୍ଜନ କୁମାର ଦାଶ୍,ପଞ୍ଚାନନ ପଣ୍ଡା,ନରେଶ ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ଡାକୁଆ ପ୍ରମୁଖ।ଓଡ଼ଗାଁର ବରିଷ୍ଠ ସାମ୍ବାଦିକମାନେ ଉକ୍ତ ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ପ୍ରାରମ୍ଭରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରାଯାଇଥିଲା।।ଭୁବନେଶ୍ୱରରୁ ଆସିଥିବା ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ ଦର୍ଶକଙ୍କୁ ବିଭୋର କରିଥିଲେ ଆଧୁନିକ ନୃତ୍ୟର ତାଳେ ତାଳେ।। ରଘୁରାଜପୁରର ଗୋଟିପୁଅ ନୃତ୍ୟ ପରିବେଷଣ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ।ଭୁବନେଶ୍ୱରର ନୃତ୍ୟାର୍ଚ୍ଚନା ଡ୍ୟାନ୍ସ ଗ୍ରୁପ ମଞ୍ଚରେ ଧମାଲ ମଚାଇଥିଲେ।ପରିଶେଷରେ ଓଡ଼ଗାଁର ସରସ୍ବତୀ ଡ୍ୟାନ୍ସ ଗ୍ରୁପ ଶିତୁଆ ସନ୍ଧ୍ୟାରେ ଉଷ୍ମତା ଭରିବା ସହ ବଢାଇ ଦେଇଥିଲେ ଦର୍ଶକଙ୍କ ଆବେଗ। ଶୀତୁଆ ରାତିରେ ଆଧୁନିକ ସଂଗୀତ ସହିତ ଫାଷ୍ଟ ଫୁଡ୍ ମଜା ହାତଛଡ଼ା କରିନଥିଲେ ଯୁବକ ଯୁବତୀ ଓ ଦର୍ଶକ ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ