Breaking News

ସାକ୍ଷୀଗୋପାଳରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ


 D Senapati
Sakhigopal 
 ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରୁ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ସଚେତନତା ଶୋଭାଯାତ୍ରା ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ପୁରୀ  । ଗୁରୁକୁଳ ଆର୍ଥଲେଟିକ୍ସ ଅନୁଷ୍ଠାନର ଶିକ୍ଷାର୍ଥୀ ମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ଧରି ସାଇକେଲରେ ସାକ୍ଷୀଗୋପାଳ ମନ୍ଦିର ଠାରୁ ବଜାର ଦେଇ ଥାନା ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଯାଇଥିଲା  । ଏହି  ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଗୁରୁକୁଳ ଅନୁଷ୍ଠାନର ପ୍ରତିଷ୍ଠାତା ବିଷ୍ଠୁପ୍ରସାଦ ମିଶ୍ର ଓ ସତ୍ୟବାଦୀ ଥାନାର ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ ପ୍ରମୁଖ ସବୁଜ ପତାକା ହଲାଇ ଶୋଭାଯାତ୍ରାକୁ  ଶୁଭାରମ୍ଭ କରିଥିଲେ  ।  ଆଞ୍ଚଳିକ ପରିବହନ ପକ୍ଷରୁ ଏକ ସଚେତନତା ରଥ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts