Breaking News

ଦିବ୍ୟାଙ୍ଗ ମାନଙ୍କୁ ନେଇ କ୍ରୀଡା ପ୍ରତିଯେଗିତା ଅନୁଷ୍ଠିତ


 D Senapati
Sakhigopal 
 ସାକ୍ଷୀଗୋପାଳ ------ ଗୋପବନ୍ଧୁ ସ୍ମୃତି ପରିଷଦ ଓ ପ୍ରତିବନ୍ଧି କଲ୍ୟାଣ  ସମିତିର ମିଳିତ ସହଯୋଗରେ ଦିବ୍ୟାଙ୍ଗ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଲିଅନ୍ତା ବ୍ଳକ ଭିଙ୍ଗାରପୁର ସ୍ଥିତ ବକ୍ରେଶ୍ୱର ହାଇସ୍କୁଲ ଖେଳ ପଡିଆରେ ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ କ୍ରିଡା ପ୍ରତାକା ଉତ୍ତୋଳନ କରିଥିଲେ  । ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  ।  ପିଲାମାନଙ୍କ ମଧ୍ୟରେ ଟ୍ରାଇ ସାଇକେଲ ରେସ, ବେଲୁନ, ଚକୋଲେଟ, ପଟାଟୋ ରେସ, ସୋ- ସାଇକେଲ, ମିଉଜିକ ଚେୟାର ଆଦି ସତରଟି ଖେଳ ଅନୁଷ୍ଠିତ ହୋଇଥିଲା  । ଏଥିରେ ୨୫୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ  କରିଥିଲେ  । ଅନୁଷ୍ଠିତ ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଙ୍କର ମହାନ୍ତି, ମୁଖ୍ୟବକ୍ତା ଭାବେ ଗୋପବନ୍ଧୁ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ, ସମ୍ମାନୀତ ଅତିଥି ଭାବେ ନିରଞ୍ଜନ ଦାଶ ,  ପ୍ରତିବନ୍ଧୀ କଲ୍ୟାଣ ସମିତିର ନିରଞ୍ଜନ ଦାସ, ଦ୍ୱାରିକା ନାଥ ଦାଶ, ପ୍ରଭାତୀ ଦାଶ ପ୍ରମୁଖ ଯୋଗଦେଇ କ୍ରିଡାରେ ସଫଳତା ଲାଭ କରିଥିବା ଓ ଯୋଗଦେଇଥବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା  । ପ୍ରତିବନ୍ଧୀ କ୍ୟାଣ ସମିତିର ଶ୍ୟାମଳେନ୍ଦୁ ଜାନା, ପ୍ରଦୀପ୍ତ କୁମାର ମହାରଣା, ଶିକ୍ଷାବିତ୍ତ କୈଳାଶ ଚନ୍ଦ୍ର ମିଶ୍ର, ନମିତା ଦାଶ ପ୍ରମୁଖ ସହଯୋଗ କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts