Breaking News

ଶୁକଳ ଗ୍ରାମ ପଞ୍ଚାୟତର ନୁତନ ବିଜେଡି ସଭାପତି ଓକିଲ ସେନାପତି


D senapati
Sakhigopal 
 ସାକ୍ଷୀଗୋପାଳ--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗ୍ରାମ ପଞ୍ଚାୟତରେ ନୂତନ ସଭାପତି ଚୟନ ଆରମ୍ଭ ହୋଇଯାଇଛି । ଆଜି ପିପିଲି ଆଇବି ଠାରେ ଶୁକଳ ଗ୍ରାମ ପଞ୍ଚାୟତର ନୂତନ ବିଜେଡି ସଭାପତି ଭାବେ ଓକିଲ ସେନାପତିଙ୍କୁ ବିଧାୟକ ଉମାକାନ୍ତ ସାମନ୍ତରାୟ ତାଙ୍କ ନାମ ଘୋଷଣା କରିଛନ୍ତି ।  ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଶୁକଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଜଳନ୍ଦର ସେଠୀଙ୍କ ସହିତ ବିଭିନ୍ନ ୱାଡର ବିଜେଡି କର୍ମୀ ମାନଙ୍କ ସହିତ ଆଲେଚନା ପରେ ବିଧାୟକ ଶ୍ରୀ ସେନାପତିଙ୍କ ନାମ ଘୋଷଣା କରିଛନ୍ତି । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା , ଓ ୩୩ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts