 |
Konark |
କୋଣାର୍କ ---- କୋଣାର୍କର ସର୍ବପୁରାତନ ଅବଧୂତ ମଠ ପରିସରରେ ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ବିଶ୍ୱ କଲ୍ୟାଣ ନିମନ୍ତେ ତ୍ରୀଦିବସୀୟ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୨ ତାରିଖ ଠାରୁ ଏହି ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ୪ତାରିଖ ସୂର୍ଯ୍ୟାସ୍ତରେ ପୂର୍ଣ୍ଣାହୁତି ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ପଣ୍ଡିତମାନେ ଯୋଗଦେଇ ବିଶ୍ୱର କଲ୍ୟାଣ ନିମନ୍ତେ ଗ୍ରହଯଜ୍ଞର ପୂଜା ନୀତି ସମ୍ପାଦନ କରିଥିଲେ । ଓଡିଶାର ବିଭିନ୍ନ ମଠ ଓ ଆଶ୍ରମର ମହନ୍ତମାନେ ମଧ୍ୟ ଯୋଗ ଦେଇ ବିଶ୍ୱ ଶାନ୍ତି ଗ୍ରହଯଜ୍ଞରେ ସାମିଲି ହୋଇଥିଲେ । ଏଠାରେ ଅହରାତ୍ର ଭଜନ କୀର୍ତ୍ତନ ଓ ନାମସଂକୀର୍ତ୍ତନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ସଭାପତି ପଣ୍ଡିତ ରଘୁନାଥ ଦାଶ, ଉପସଭାପତି ପଣ୍ଡିତ ଅନନ୍ତ ଚରଣ ନାୟକ, ସାଧାରଣ ସମ୍ପାଦକ ପଣ୍ଡିତ ନିମାଇଁ ଚରଣ ଦାଶ, ଅବଧୂତ ମଠର ମହନ୍ତ ଆଦିତ୍ୟଚରଣ ଦାସ ପରିଚାଳନା କରିଥଥିବା ବେଳେ ସହ ସମ୍ପାଦକ ପଣ୍ଡିତ ଅଚ୍ୟୁତାନ୍ଦ, କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାତ୍ର, ସଂଯୋଜକ ପଣ୍ଡିତ ପ୍ରମୋଦ କୁମାର ଆଚାର୍ଯ୍ୟ, କର୍ମକତ୍ତା ପଣ୍ଡିତ ତ୍ରିନାଥ ଆଚାର୍ଯ୍ୟ ଓ ପଣ୍ଡିତ ମହେନ୍ଦ୍ର କୁମାର ନାୟକଙ୍କ ସମତେ ବେଦ ବିଦ୍ୟା ବାଚସ୍ପତି ବୀରକିଶୋର ତ୍ରିପାଠୀ, ପୁରୀ ବଡଓଡିଆ ମଠର ମହନ୍ତ ବଂଶୀଧ ଦାସ, ବିଶ୍ୱ ହିନ୍ଦୁ ପରିଦେ ଓଡିଶା ଶାଖା ଧର୍ମ ପ୍ରଚାର ବିଭାଗର ସଭାପତି ଡ. ପ୍ରମୋଦ କୁମାର ଆଚାର୍ଯ୍ୟ, ସୂର୍ଯ୍ୟ ମନ୍ଦିଯର ଗବେଷକ ବଳରାମ ମିଶ୍ର, ସତ୍ୟ ଅନନ୍ତ ଆଶ୍ରମର ମଠାଧିଶ ଅଭିରାମ ସରସ୍ୱତୀ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଅନନ୍ତ ଅବଧୂତ ମଠରେ ପୂଜା ପାଉଥିବା ସୂର୍ଯ୍ୟନାରାୟଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଏବଂ ସାମ୍ବଦଶମୀ ଅବସରରେ ଆୟୋଜିତ ସୂର୍ଯ୍ୟଙ୍କ ରଥଯାତ୍ରା ପାଇଁ ନୂଆ କାଠରେ ରଥ ନିର୍ମାଣ କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ