 |
Baragarh |
ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ଜାଗୃତି ଶାଖା ଓ ବରଗଡ଼ ରକ୍ତ ଭଣ୍ଡାରର ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଟି ଜାଗୃତି ଶାଖାର ଅଧ୍ୟକ୍ଷା ସଂଗୀତା ବାଙ୍କା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତାବିରା ଵିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ତପସ୍ୱିନୀ ଗୁରୁ ଓ ସମ୍ବାନୀତ ଅତିଥି ମାରୱାଡ଼ି ସଂବେଳନର ସଭାପତି ବିଜୟ ମିତ୍ତଳ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ରକ୍ତ ସଂଗ୍ରହ ଦାୟିତ୍ୱରେ ବରଗଡ଼ ରକ୍ତ ଭଣ୍ଡାରର ଡ଼.ବିଜୟ କୁମାର ଖାଟୋଇ,ଡ଼.କିଶୋର ଚନ୍ଦ୍ର ସ୍ୱାଇଁ,ଅମରଜିତ ମହାନ୍ତି,ଆର କେ ସାହୁ,ମହେନ୍ଦ୍ର ମେହେର,ଦିଲ୍ଲୀପ କୁମାର ରଥ ରହିଥିଲେ । ପରିଚାଳନା ଦାୟିତ୍ୱରେ ନାରୀ ଚେତନା କନଭେନର ସୁନିତା ଅଗ୍ରୱାଲ ଓ ଜାଗୃତି ଶାଖାର ଶିଖା ବାଙ୍କା,ମଞ୍ଜୁ ଅଗ୍ରୱାଲ,ପିଙ୍କି ଅଗ୍ରୱାଲ ରହିଥିଲେ।ଏଥିରେ ୩୫ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।ଏହି ଅବସରରେ ଶାଖାର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ୱଦୀପ ଅଗ୍ରୱାଲଙ୍କ ରିପୋର୍ଟ