Breaking News

ଛଅ ପରିବାର ୯ ବଖରା ଘର ଜଳିଗଲା; ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

 D Senapati
Delang
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତର ଯୋରକଣି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୯ ବଖରା ଘର ପୋଡି ଯାଇଥିବା ଅଗ୍ନିଶମ ବିଭାଗର ଅଧିକାରୀ ସନ୍ତୋଷ କୁମାର ଦାସଙ୍କ ଠାରୁ ପ୍ରକାଶ  । ସୁଚନାଯୋଗ୍ୟ ଯେ ଦିବାକର କାଣ୍ଡି, ଧଡୁ କାଣ୍ଡି, ଦୀନବନ୍ଧୁ କାଣ୍ଡି, କାମିନୀ କାଣ୍ଡି, ପ୍ରମିଳା କାଣ୍ଡି ଓ ସୁରେନ୍ଦ୍ର କାଣ୍ଡିଙ୍କର ଘର ପୋଡି ଯାଇଛି । ଏଥିରେ ଧାନ, ଚାଉଳ. ବାସନ କୁସନ, ଲୁଗାପଟା ଓ ଘରର ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ପାଉଁଶ ହୋଇଯାଇଛି  । ଖବର ପାଇ ଡେଲାଙ୍ଗରୁ ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ  । ସାଉରିଆ ଆରଆଇ ନିହାରିକା ସାହୁ ଅଗ୍ନିକାଣ୍ଡ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ତଦନ୍ତ କରି ଫେରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts