Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଡେଲାଙ୍ଗ ବାୟା ବଜାରରେ ବୋମା ମାଡ


 D senapati
Delang
 ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ହାଟବଜାରର ବାୟା ବଜାରେ ଶନିବାର ସଂଧ୍ୟା ୭.୧୫ ମିନିଟିରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦୁଇଟି ବୋମା ମାଡ ହୋଇଛି । ବୋମା ମାଡ ଠାରୁ ଅଳ୍ପ ଦୁରରେ ଡେଲାଙ୍ଗ ହାଟ ଫାଣ୍ଡି ରହିଛି । ବୋମା ମାଡି ଶଦ୍ଧ ଶୁଣି ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚ ଗୋଟିଏ ଅଫୁଟା ବୋମା ଜବତ କରିବା ସହ ଫୁଟା ବୋମାର ସୁତୁଳି ଜବତ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବିଗତ ଦିନରେ ଜଗଦଳପୁର ଓ ବେନୁପଡା ଗ୍ରାମ ମଧ୍ୟରେ ବୋମା ମାଡ ହୋଇଥିଲା  । ଏଣୁ ଏହାର ପୁର୍ନାରବୃତ୍ତି ହୋଇଛି ବୋଲି କିଛି ଲୋକମାନେ କହୁଥିବା ଜଣାପଡିଛି । ମାତ୍ର ପୋଲିସ ପକ୍ଷରୁ ଏହି ବୋମା ମାଡ ସମ୍ପର୍କରେ ଏକ କେସରୁଜ କରି ତଦନ୍ତ କରିବା ସହ କାରଣ ଖୋଜୁଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts