Breaking News

ମଟର ସାଇକେଲ ଧକ୍କାରେ ଦୁଇ ଆହତ


 D Senapati
Sakhigopal 
 ସାକ୍ଷୀଗୋପାଳ --- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ଏକ ମଟର ସାଇକେଲ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଶନିବାର ବିଳମ୍ବିତ ରାତିରେ ବଳପୁର ଗ୍ରାମର ଅର୍ଜୁନ ମହାପାତ୍ର (୫୫) ନିଜ ମଟର ସାଇକେଲ ଯୋଗେ  ଗ୍ରାମକୁ ଫେରୁଥିଲେ  । ସେହି  ସମୟରେ ତାଙ୍କ ପଛରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବିଶ୍ୱଜିତି ମହାପାତ୍ର ଆସୁଥିଲେ  । ପଟ୍ଟନାୟିକିଆ ଛକ ଠାରେ ଅର୍ଜୁନ ହଠାତ ଗାଡି ବୁଲାଇବା ସମୟରେ ପଛରେ ଆସୁଥବା  ଶ୍ରୀ ମହାପାତ୍ରଙ୍କ ମଟର ସାିକେଲ ଧକ୍କା ଦେଇଥିଲା  । ଯାହା ଫଳରେକି ଦୁଇ ମଟର ସାଇକେଲ ଆରୋହୀ ଛିଟିକି ପଡିଥିଲେ  । ସ୍ଥାନୀୟ ଲୋକମାନେ ତୁରନ୍ତ ଏହି ଦୁଇଜଣ ଯୁବକଙ୍କୁ  ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ  । ମାତ୍ର ଅଜୁର୍ନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ପଠାଯାଇଛିା  ସତ୍ୟବାଦୀ ପୋଲିସ ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି  । ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts