Breaking News

ହେଲ୍ଲୋ କିଡ୍ସ ସ୍ନେହା ପବ୍ଲିକ ସ୍କୁଲର ବାର୍ଷିକୋତ୍ସଵ


 N das
Baragarh 
 ବରଗଡ଼-----  ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ହେଲ୍ଲୋ କିଡ୍ସ "ସ୍ନେହା" ସ୍କୁଲର ଷଷ୍ଠତମ ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ନିର୍ଦ୍ଦେଶକ ସମିତ କୁମାର ପ୍ରଧାନ ଓ ନିର୍ଦ୍ଦେଶିକା ଜୁଳି ପ୍ରଧାନ ଅଧ୍ୟକ୍ଷତା  କରିଥିଲେ ।  ସମ୍ବାନୀତ ଅତିଥି ମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା। ଶିକ୍ଷୟିତ୍ରୀ ଅଳକା ପଣ୍ଡା ସ୍ଵାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍କୁଲର ଅଧ୍ୟକ୍ଷ ସରୋଜ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ଉତ୍ସବରେ ଡ଼ ପ୍ରଶାନ୍ତ କୁମାର ପଣ୍ଡା,ରାଜ୍ୟପାଳ ପ୍ରାପ୍ତ ଅବସର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଅମାତ,କେଶବ ପ୍ରଧାନ,ଅବସର ଏଆର ଫୋର୍ସର ଅରୁଣ ବାରିକ,ଅବସର ସୈନିକ ନିଶିକାନ୍ତ ମହାନ୍ତି ଓ ନିରୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ହୋଇଥିବା ନୃତ୍ୟ,ଚିତ୍ରାଙ୍କନ,ବକୃତା ଓ କ୍ରୀଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ତଥା ଅଭିଭାବକ/ଅଭିଭାବିକା ପ୍ରତିଯୋଗୀ ମାନଙ୍କୁ ମାନପତ୍ର,ମେଡାଲ,ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବଟି କୁନି କୁନି ପିଲା ମାନଙ୍କୁ ନେଇ ନୃତ୍ୟଗୀତରେ ଝୁମି ଉଠିଥିଲା। ଯଥା ବମ ବମ ଭୋଲେ,ଜିଙ୍ଗଲ ବିଲ,ବା ବା ବ୍ଲେକ ସିପ,ଛୋଟା ବଚା ସମଜକେ ମୁଜକୋ ଏହି ପ୍ରମୁଖ ଦଳ ନୃତ୍ୟ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବୀଣାପାଣି ବରାଇ,ଆରତୀ ଷଣ୍ଢ,ଲକ୍ଷ୍ମୀ ବେହେରା,କମଳା ଭୋଇ,ଜି ବୈଷ୍ଣବୀ,ସରସ୍ୱତୀ ବେହେରା,ଅଲିଶା ସାହୁ,ସ୍କୁଲ ପରିଚାଳନାର ସମସ୍ତ ସଭ୍ୟସଭ୍ୟା ଓ କର୍ମଚାରୀ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts