 |
Gopa |
ପୁରୀ----- ପୁରୀ ଜିଲ୍ଲା ଗୋପ ବ୍ଲକ ନିଗମାନନ୍ଦ ଉଚ୍ଚ ବିଦ୍ଯାଳୟ ରେ ସ୍ଵାମୀ ବିବେକାନନ୍ଦଙ୍କ ସ୍ମିତିରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟିକୁ ଆନୁଷ୍ଠାନିକ ଭାବେ ରାଜ୍ଯ ଯୁବ କଲ୍ଯାଣ ବୋର୍ଡ ଅଧ୍ଯକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ଉଦଘାଟନ କରିଥିଲେ। ଏହି ଶିବିରରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫ ରୁ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ଯାଳୟ ରେ ରକ୍ତ ଦାନ ଶିବିର(ଜୀବନ ବିନ୍ଦୁ ) କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ରାଜ୍ଯ ଯୁବ କଲ୍ଯାଣ ବୋର୍ଡ ଅଧ୍ଯକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ,ଜିଲ୍ଲା ଛାତ୍ର ସଭାପତି ନାରାୟଣ ସଂ,ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ପାଇକରାୟ,ସୁକାନ୍ତ ମାହାନ୍ତି,ଯୁବ ନେତା ପ୍ରସାନ୍ତ ସ୍ବାଇଁ, ରମଣ ପଟ୍ଟନାୟକ,ଜୋଗେନ୍ଦ୍ର ବେହେରା, ବ୍ଲକ ଛାତ୍ର ସଭାପତି ଦେବାଶିଷ ସାହୁ ସଂଜଯୋକ ମନ୍ଦିପ କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ୧୦୦ରୁ ଉଧ୍ୟ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସଂଜଯୋକ ମନ୍ଦିପ କୁମାର ପାଇକରାୟ କହିଛନ୍ତି। ପୁରୀ ରୁ ଜୟନ୍ତ କୁମାର ସେଠୀ