Breaking News

ଓଡ଼ଗାଁ ମହୋତ୍ସବର ଉଦଯାପିତ ,ଦୁଲୁଦୁଲିରେ ଦୁଲୁକିଲା ମଞ୍ଚ


 S daeli
Nayagarh
ନୟାଗଡ଼ -----ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ନିକଟସ୍ଥ ମହୋତ୍ସବ ପଡ଼ିଆରେ ଚାଲିଥିବା ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୦ର ଆଜି ବିଳମ୍ୱିତ ରାତିରେ ଉଦଯାପିତ ହୋଇଯାଇଛି ।  ସବୁଦିନ ଅପେକ୍ଷା ଅନ୍ତିମ ଦିବସରେ ମହୋତ୍ସବ ମଞ୍ଚ ହୋଇଉଠିଥିଲା ଚଳଚଞ୍ଚଳ।  ଶେଷ ସଂଧ୍ୟାରେ ସମ୍ବଲପୁର ର ଦୁଲୁଦୁଲିରେ ଦୁଲୁକିଥିଲା ମଞ୍ଚ ।ମହୋତ୍ସବ ପଡ଼ିଆରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।ମିନାବଜାରରେ ଖେଳନା,ପାଷ୍ଟଫୁଡ ଏବଂ ମନୋହରୀ ଦେକାନ ମାନଙ୍କରେ କିଣାବିକା ପାଇଁ ଗହଳି ଜମିଥିଲା।ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡିଶା ଉଚ୍ଚ ନାୟାଳୟର ନ୍ୟାୟମୂର୍ତ୍ତି ଡ଼ଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ। ସମ୍ମାନୀତ ଅତିଥି ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ଶତପଥି,ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ ଏଚ.ଡି ଓ ନାଟ୍ୟଭୂଷଣ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ।ସଭାପତିତ୍ୱ କରିଥିଲେ ଆଇନଜୀବି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ। ଆଞ୍ଚଳିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ ଏବଂ ସଙ୍ଗୀତର ଯାଦୁରେ ବିଭୋର ହୋଇଥିଲେ ଦର୍ଶକ।ସୁଦୂର ସମ୍ବଲପୁର ସହରର ସମ୍ବଲପୁରୀ ମେଲୋଡ଼ି 'ଜୀ ଥିଲେ ଜୀବିକା'ର କଳାକାରମାନେ ଢୋଲ ମାଦଲର ତାଳେ ତାଳେ ମଞ୍ଚରେ ଧମାଲ ମଚାଇଥିଲେ। ଭେଟେରାନ କଳାକାର ଅକ୍ଷୟ ମହାନ୍ତିଙ୍କ  ସୁପୁତ୍ର କଣ୍ଠଶିଳ୍ପୀ ଚିତ୍ରଭାନୁ ମହାନ୍ତି ସ୍ବର୍ଗତଃ ପିତାଙ୍କ ପଦାଙ୍କ ଅନୁସରଣ କରି ଉଜ୍ଜୀବିତ କରିଥିଲେ ଅତୀତର ସବୁଜ ସ୍ମୃତିକୁ। କଣ୍ଠଶିଳ୍ପୀ ପଙ୍କଜ ଜାଲ ପ୍ରଭୁ ରଘୁନାଥଜୀଉଙ୍କ ପୀଠରେ ପ୍ରଣାମ ଜଣାଇ ନିଜ ସଙ୍ଗୀତର ମଧୁର ମୂର୍ଚ୍ଛନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧିରଖିଥିଲେ ଦର୍ଶକମାନଙ୍କୁ। ଆଜି ବେଶ ନିଆରା ଢଙ୍ଗରେ ଉଦଯାପିତ ହୋଇଥିଲା ମହୋତ୍ସବର ଅନ୍ତିମ ଦିବସ। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts