ସଡକ ସୁରକ୍ଷା ସଚେତନତା ରଥ
ବରୀ ----- ଯାଜପୁର ଜିଲ୍ଲା ବରୀ -ବରୁହାଁ ମୁଖ୍ୟ ରାସ୍ତାର ଶଙ୍ଖାରିଗଡା ଠାରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ସମାଜସେବୀ ସତ୍ୟ ରଂଜନ କରଙ୍କ ନେତୃତ୍ୱରେ ଏକ ସଚେତନତା ରଥ ବାହାରି ବରୀବ୍ଲକର ୧୫ଟି ପଞ୍ଚାୟତ ପରିକ୍ରମା କରିଥିଲା । ଯେଉଁମାନେ ହେଲମେଟ ସିଟବେଲ୍ଟ ବାନ୍ଧି ନଥିଲେ ସେହି ଚାଳକମାନଙ୍କୁ ଚନ୍ଦନ ସିନ୍ଦୁର ଓ ରାକ୍ଷୀବାନ୍ଧି ସେମାନଙ୍କର ମଙ୍ଗଳ କାମନା କରିଥିଲେ ଓ ହେଲମେଟ,ସିଟବେଲ୍ଟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଯେଉଁମାନେ ମୁଣ୍ଡରେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ଧନ୍ୟବାଦ୍ ଦେବା ସହ ସଚେତନତା ବାର୍ତ୍ତାବଣ୍ଟିଥିଲେ । ଏହି କାର୍ଯ୍ୟକ୍ରମକୁ ଯାଜପୁର ଏମଭିଆଇ ଦୀପକ କୁମାର ସେଠୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘର ସଭାପତି ଅଜାମ୍ବର ସାହୁ,ଅଜୟ ସାହୁ, ଆନନ୍ଦ ସାହୁ, ନାରାୟଣ ରଣା, ବିକ୍ରମ ସାହୁ, ସଦନ୍ନ୍ ମଲ୍ଲିକ,ଚିନ୍ମୟି ମହାନ୍ତି ,ନିର୍ମଳା ଦାସ,ସନ୍ତୋଷ ପରିଡା ତ୍ରିଲୋଚନ ମଲ୍ଲିକ,ଆଶୁତୋଷ ସାହୁ, କାହ୍ନୁ ଚରଣ ଦାସ,ଓ କ୍ଷେତ୍ରବାସୀ ପରିଡା ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମରେ ସହାୟତା କରିବା ସହିତ ନିଶା ସେବନ କରି ଗାଡି ନ ଚଳାଇବ, ଗାଡି ଚଳାଇବା ସମୟରେ ମୋବାଇଲେରେ କଥା ନ ହେବା ଓ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ଅନୁରୋଧ କରାଯାଇଥିଲା ।
ସେହିପରି ବରୀଥାନା ପକ୍ଷରୁ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନେତୃତ୍ୱରେ ବାଲିଆ ଅଭିମନ୍ୟୁ ସାମନ୍ତ ସିଂହାର କଲେଜ ଛକଠାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା ଲୋକମାନଙ୍କୁ ସଚେତନ କରାଇବା ସଙ୍ଗସଙ୍ଗେ ମୋଟର ଯାନ ଆଇନ ବିଷୟରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେଏସ୍ଆଇ ନାରୟଣ ପ୍ରସାଦ ବେହେରା, କନେଷ୍ଟବଳ ଗଂଗାଧର ଦାସ, ବିରେନ୍ଦ୍ର କୁମାର ମିଶ୍ର, ଶରତ ଚନ୍ଦ୍ର ଦ୍ୱିବେଦୀ , ପ୍ରଜ୍ଞପରମିତା ସାହୁ,ବିଜୟ ଲକ୍ଷ୍ମୀ ସାହୁ,ସୈାମ୍ୟ ରଂଜନ ଧଳ, ଓଏପିଏଫ ଲାଲମୋହନ ତିରିଆ, ବିଜୟ କୁମାର ଜେନା କାର୍ଯ୍ୟକ୍ରମରେ ସାମିଲ ହୋଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଧନ ଜୀବନ ସୁରକ୍ଷା ନିମନ୍ତେ ସଡକ ସୁରକ୍ଷା ନିୟମ ପାଳନ କରିବା ପ୍ରତ୍ୟେକ ଲୋକଙ୍କ ଦାୟିତ୍ୱ ଅଟେ ବୋଲି ଥାନା ଅଧିକାରୀ ଶ୍ରୀ ମିଶ୍ର କହିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ