Breaking News

ଲାଞ୍ଚ ମାଗିବା ସୋସିଆଲ ମିଡିଆରେ ହେଲା ଭାଇରାଲ,ଫସିଲେ ବେଗୁନିଆ ଥାନା ଏସଆଇ

ବେଗୁନିଆ----- ବେଗୁନିଆ  ଥାନା ଅଞ୍ଚଳର ଗତ ୪ ମାସ ତଳେ ଜଣେ ନା ବାଳିକା ଯୁବତୀଙ୍କୁ ଭୂବନେଶ୍ୱର ନୟାପଲ୍ଲୀ  ଅଞ୍ଚଳର ରାହୁଳ ସ୍ୱାଇଁ ଭଲପାଇ ନେଇ ଯାଇଥିଲେ ।ଏ ନେଇ  ନାବାଳିକା ପରିବାର ପକ୍ଷରୁ  ବେଗୁନିଆ ଥାନାରେ ୫୭/୧୯ରେ ମାମଲା ରୁଜୁ କରାଯାଇଥିଲା ।ପୋଲିସ ପକ୍ଷରୁ କିଛିଦିନ ପରେ ଉଭୟଙ୍କୁ  ଠାବ କରିବା ସହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗତ ୧୨ ତାରିଖ ଦିନ ରାହୁଳ ଓ ସାଙ୍ଗ ଅଶୋକ ମହାପାତ୍ରଙ୍କ ସହ ବାଇକ ଯୋଗେ ଆସି  ନାବାଳିକା ଗ୍ରାମକୁ ଯାଇ ନା ବାଳିକା ଜଣକ ଗାଧୋଉଥିବା ସମୟରେ  ହର୍ଣ୍ଣ ବଜାଇଥିଲେ । ନା ବାଳିକାକ ଜଣକ ଚିତ୍କାର କରିବା ଫଳରେ  ସ୍ଥାନୀୟ ଲୋକମାନେ ଏକଯୁଟ ହୋଇ ଯୁବକ ଦୁଇ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି  ମାଡ ମାରିବା ସହ ବେଗୁନିଆ ପୋଲିସକୁ ଖବର ଦେଇଥିଲେ । ଏ  ନେଇ ପୋଲିସ ପୋକ୍‌ସୋ ଆକ୍ଟ ଅନୁଯାଇ ୧୧/୨୦ରେ  ଆଉ ଏକ ମାମଲା ରୁଜୁ  କରି କୋର୍ଟ ଚାଲାଣ କରିଥିଲେ । ଏହି ଦୁଇଟି  ମାମଲାର ତଦନ୍ତ ଅଧିକାରୀ ସବଇନିସପେକ୍ଟର ସୁଜାତା ପଲେଇ ରହିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇବା ପାଇଁ  ପ୍ରଥମ କେସରେ  ୨ ହଜାର ଟଙ୍କାର ଲାଞ୍ଚ ନେବା ପାଇଁ କଥା ହୋଇଥିବା ବେଳେ ପରିବାର ପକ୍ଷରୁ ଅଳ୍ପ କିଛି ଟଙ୍କା ଦେଇଥିଲେ ।ଆଉ ବଳକା ଟଙ୍କା ପାଇବା ପାଇଁ  ଫୋନ ଯୋଗେ ଅଭିଯୁକ୍ତଙ୍କ ପରିବାରର ସହ କଥାବାର୍ତାର ସଂଳାପ ଗୁଡିକ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ ଏସପି ଅଜୟ ପ୍ରତାପ ସ୍ୱାଇଁ  ଯାଞ୍ଚ କରିବା ପରେ  ବେଗୁନିଆ ଥାନା  ସବଇନିସପେକ୍ଟର ସୁଜାତା  ପଲେଇଙ୍କୁ  ନିଲମ୍ବିତ କରିଥିବା ଜଣାପଡିଛି ।ଏହି ଘଟଣା ପରେ ବି ପୋଲିସ ଅଧିକାରୀ ମାନେ ଲାଞ୍ଚ ନେବା ପିଛା ଛାଡୁନାହାନ୍ତି ବୋଲି ଜନସାଧାରଣରେ ଆଲେଚନା ହେଉଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା     

Blog Archive

Popular Posts