ବନ୍ଧୁମିଳନ ଉତ୍ସବ ଓ ଚାରାରୋପଣ ପାଇଁ ସପଥ
ବରୀ ---ବରୀବ୍ଲକର ଦ୍ୱିତୀୟ ପୁରାତନ ସ୍କୃଲ ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳର ୧୯୮୫ ମସିହା ମ୍ୟାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଏକ ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ବରୀ ନିକଟସ୍ଥ ବୈାଦ୍ଧପୀଠ ଲଳିତଗିରିସ୍ଥିତ ଲଙ୍ଗୁଳି ମଠାରେ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ନିତ୍ୟାନନ୍ଦ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ପ୍ରତ୍ୟେକ ବର୍ଷ ବନ୍ଧୁ ମିଳନରେ କେବଳ ଭୋଜିଭାତ ନୁହେଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ସୁସ୍ଥ ପରିବେଷ ପାଇଁ ସପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାମାୟା ପ୍ରସାଦ ଦାସ, ମାଧବାନନ୍ଦ ମଲ୍ଲିକ,ବାସୁଦେବ ସାହୁ,ସୁରେନ୍ଦ୍ର କୁମାର ସାହୁ, ଦିଲ୍ଲିପ ନାୟକ, ସୁରେଶ ସିଂହ,ହୃଷିକେଶ ସାହୁ,ସମ୍ଭୁନାଥ ଦାସ, ଲକ୍ଷ୍ମୀଧର ଓଝା,ସୁବଳ ବୋଇତେଇ,ବାଦଲ ଦାସ,ଭାଗିରଥି ବେହେରା,ଭାରତ ମଲ୍ଲିକ, ବିଜୟ କର ଗୋବିନ୍ଦ ଦାସ,ଅଭୟ ବିଶ୍ୱାଳ ଓ ଅଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପୁରଣା ଦିନସ୍ମୃତି ସାଉଣ୍ଟିଥିଲେ ।
ଯାଜପୁର ବରୀରୁ- ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ- ଦର୍ଶନ ବେହେରାଙ୍କ ରିପୋର୍ଟ