Breaking News

ଉଦଘାଟନ ସମୟରେ ଏକ ଫଳକ, ପରେ ଅନ୍ୟ ଏକ ଫଳକ ; ବ୍ଳକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଭ୍ୟ ଅସନ୍ତୋଷ ପ୍ରକାଶ କରି ଉଦଘାଟନ ସ୍ଥଳ ଛାଡିଲେ


D Senapati
Sakhigopal 
ସାକ୍ଷୀଗୋପାଳ----  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଉନ୍ନୀତ ଧରଣର ଏକ୍ସରେ ମେସିନକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିଛନ୍ତି । ଯାହା ଫଳରେ ଅଚଳ ହୋଇପଡିଥିବା ଏକ୍ସରେ ମେସିନ ବଦଳରେ ନୂତନ ମେସିନ ଏବେ କାର୍ଯ୍ୟ କରିବ । ମାତ୍ର ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଦସ୍ୟ ମାନେ ଯୋଗ ଦେବାକୁ ଆସିଥିଲେ  । ମାତ୍ର ଉକ୍ତ ଫଳକରେ ସେମାନଙ୍କର ନାମ ନ ଥିବାରୁ ବିରକ୍ତି ପ୍ରକାଶ କରି ଫେରିଯାଇଥିବାର ଦେଖାଯାଇଥିଲା  ।  ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରଟି ୩୨ନଂ ଜିଲ୍ଲାପରିଷଦ ଜୋନରେ ଥିବା ବେଳେ ମଧ୍ୟ ଜିଲ୍ଲାପରିଷଦ ସଭ୍ୟଙ୍କ ନାମ ନାହିଁ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ୩୩ନଂ ଜେନର ଜିଲ୍ଲାପରିଷଦ ସଦ୍ୟସ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ମଧ୍ୟ ପଳାଇଥିଲେ  ।  ସବୁଠାରୁ ବଡ ମଜାର  କଥା ବିଧାୟକଏହି ଫଳକ ଉଦଘାଟନ କରିବା ସମୟରେ ଗୋଟିଏ ଥିଲା  । ଉଦଘାଟନ ସରିବାର ୧୦ ମିନିଟ ପରେ ଫଳକ ଅଲାଗା ହୋଇଯାଇଛି ଯାହାକୁ ନେଇ ସାକ୍ଷୀଗୋପାଳରେ ବେଶ ଆଲେଚନା ହେଉଛି ।   ୯ ଲକ୍ଷ ୮୨ ହଜାର ଟଙ୍କାରେ ଉନ୍ନୀତ ମାନର ଏକ୍ସରେ ମେସିନ ଆଜି ଠାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବ  । ଲୋକମାନଙ୍କର ଅସ୍ଥିଶଲ୍ୟ ବିଭାଗ ରେ ଉପୁଜିଥିବା ସମସ୍ୟା ସମାଧାନ କିଛି ମାତ୍ରରେ ହୋଇପାରିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ  । ଅନ୍ୟତମ ଅତିଥି ଭାବେ ଡାଃ. ନୀଳକଣ୍ଠ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାଃ. ଲଲାଟେନ୍ଦୁ ମିଶ୍ର ପୁରୀ, ସୀମାନ୍ତ ଦାସ ଅଧ୍ୟକ୍ଷ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ମହାନ୍ତି, ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, ସମିତିସଭ୍ୟା ଗୀତାରାଣି ଭୋଇ,  ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି ଅବସରରେ ୧୧ଜଣ ପୁରୁଷ ଓ ମହିଳା ମାନେ ଅସ୍ଥାୟୀ ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ସେମାନଙ୍କର ସାତ ମାସ ହେବ ପାରିଶ୍ରମିକ ମିଳିନାହିଁ ବୋଲି ବିଧାୟକଙ୍କ ଆଗରେ ଦୁଖଃ ପ୍ରକାଶ କରିଥିଲେ  । ଏହି ଏକ୍ସରେ ମେସିନଟି ବହୁ ଭଲ ହୋଇଥିବା ବ୍ରଜବଂଧୁ ସାହୁ ଟେକେନସିଆନ କହନ୍ତି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts