Breaking News

ଅର୍ଥ ସଙ୍କଟ ଓ ଜୀବନାର୍ଥର ଲୋକ ସଂଗ୍ରହ ‘ ଶୀର୍ଷକ୍ର ଆଲେଚନା ଚକ୍ର

 ସାକ୍ଷୀଗୋପାଳ  ---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅନ୍ତରୀଣମାନ ନିର୍ଦ୍ଧାରଣ ସେଲ  ( ଆଇ, କ୍ୟୁ, ଏ, ସି ) ଆନୁକୂଲ୍ୟରେ ମହାବିଦ୍ୟାଳୟର ସଭାଗୃହରେ ଅର୍ଥ ସଙ୍କଟ ଓ ଜୀବନାର୍ଥର ଲୋକ ସଂଗ୍ରହ’ଶୀର୍ଷକ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି  । ଆଲେଚନାଚକ୍ରରେ ପ୍ର. ଶକ୍ତି ପ୍ରଭା ହୋତା ସଭାପତିତ୍ୱ କରିଥିଲେ  । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗଦେଇ ଛାତ୍ର ଯୁବକ ମାନେ ମନ ଅପେକ୍ଷା ବିବେକ ଦ୍ୱାରା କାର୍ଯ୍ୟ କଲେ ଏକ ନୂତନ ସମାଜ ଗଠନ ହୋଇ ପାରିବ ବୋଲି ମତ ପ୍ରକାଶ କରିବା ସହ   ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବିନିମୟରେ ଉନ୍ନୀତ ଧରଣର ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରିବାକୁ  ଶ୍ରୀ ସମାନ୍ତରାୟ ଘୋଷଣା କରିଛନ୍ତି ।  ଅନ୍ୟତମ ଅତିଥି ଭାବେ ଚେନାଇସ୍ଥିତ ସେଣ୍ଟର ଫର ଡେଭଲପମେଣ୍ଟଷ୍ଠଡିଜର ପ୍ରଫେସର ଅନନ୍ତକୁମାର ଗିରି ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ସମଗ୍ର ବିଶ୍ୱ ତଥା ଭାରତର ଅର୍ଥ ବ୍ୟବସ୍ଥା ଘୋର ସଙ୍କଟ ଦେଇ ଗତି କରୁଥିବା ବେଳେ ମଣିଷ ସମାଜରେ ଦାରିଦ୍ର‌୍ୟ, ନିରକ୍ଷରତା, ଧର୍ମ, ଜାତି, ଭାଷା ତଥା ବର୍ଣ୍ଣକୁ ନେଇ ବିଦ୍ୱେଷ ବଡିବାରେ ଲାଗିଛି  । ଏ ପରିପ୍ରେକ୍ଷୀରେ ଶ୍ରଦ୍ଧାଶୀଳସୃଜନା ଶୀଳତା ହିଁ ସମଗ୍ର ମାନବ ସମାଜକୁ ଏକ କରି ରଖି ପାରିବ ବୋଲି ମତ ପ୍ରକାଶ କରିଥିଲେ  । ଏହି ଅବସରରେ ଆଲେଚନା ଚକ୍ରରେ ସେଣ୍ଟର ଫର ହିମାଳୟନ ଷ୍ଟଡିଜିର ଗବେଷିକା ସୁମନ ଭଟ୍ଟାଚାର୍ଯ୍ୟ ଆଧୁନିକ ସମାଜରେ ମଣିଷ ଅର୍ଥରୁ ଦାରିଦ୍ର‌୍ୟଅପେକ୍ଷା ଭାବର ଦାରିଦ୍ର‌୍ୟ ଅଧିକ ଚିନ୍ତାଜନକ ବୋଲି କହିଥିଲେ  ।   ଆଇ, କ୍ୟୁ. ଏ. ସିର ସଂଯୋଜକ ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ବୀଣାପାଣି ମିଶ୍ର ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପ୍ରକାଶ କରିଥିଲେ । ପ୍ର ଗୋପାଳ କୃଷ୍ଣ ପଣ୍ଡା ଧନ୍ୟବାଦ ଦେଇଥିଲେ  । ପ୍ର .ମନୋଜ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts