Breaking News

ସ୍ବାସ୍ଥକେନ୍ଦ୍ର ୱାର୍ଡ଼ ରୁ ଛାତରୁ କଂକ୍ରିଟ ଖଣ୍ଡ ଖସିପଡି ୩ ଜଣ ଆହତ


J Sehti
Gopa 
ପୁରୀ----- ସ୍ବାସ୍ଥ୍ୟସେବା ଦିଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ମୁନାଫା କର୍ମଚାରୀ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟୁଥିବା ପରିଲକ୍ଷିତ ହେଉଛି।  ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଏକ ଅଭାବନୀୟ ଘଟଣା ଘଟିଛି । ମହିଳା ୱାର୍ଡ଼ ଛାତରୁ କଂକ୍ରିଟ ଖଣ୍ଡ ଖସିପଡି  ୨ ଜଣ ମହିଳା ଓ  ରୋଗୀ  ଆହାତ ହୋଇଛନ୍ତି। ଆହତ ମାନେ ହେଲେ ବାହାରାଣା ଗ୍ରାମର ମୁନି ବିବି,ମେହେବୁନ ବିବି ଏବଂ ଇଫ୍ତେଶ୍ୟାମ ବିବି।  ୱାର୍ଡ଼ରେ  ଚିକିତ୍ସିତ ହେଉଥିବା ରଶ୍ମିତା ମୁଦିଲି,ରୀତାଞ୍ଜଳୀ ନାୟକ ଏବଂ ବର୍ଷା ଭୋଇ  ଏଭଳି ଅଭାବନୀୟ ଘଟଣାକୁ ନେଇ ଭୟଭିତ ହୋଇଥିବା କହିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ବହୁ ଥର ଛାତରୁ କଂକ୍ରିଟ ଖଣ୍ଡ ଖସିଛି ବୋଲି ସ୍ଥାନୀୟ  ଲୋକମାନେ କୁହନ୍ତି। ଏ ନେଇ ଚିକିତ୍ସା ଦାୟିତ୍ବରେ ଥିବା ଡଃ ସୁକାନ୍ତ କୁମାର ଜେନା କୁହନ୍ତି କଂକ୍ରିଟ ଖଣ୍ଡ ଖସିପଡ଼ିବା ଯୋଗୁ ଦୁଇଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶହ ଶହ ରୋଗୀ ନିର୍ଭର କରିଥାନ୍ତି । କିନ୍ତୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଫଳରେ ରୋଗୀ ମାନଙ୍କର ଜିବନ ବିପଦପୂର୍ଣ୍ଣ ବୋଲି ରୋଗୀ କୁହନ୍ତି। ଏଠାରେ ଚିକିତ୍ସିତ ହୋବାକୁ ସୁରକ୍ଷିତ ମଣୁନାହାନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅସୁରକ୍ଷିତ କୋଠରୀକୁ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts