Breaking News

ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

କୁଜଙ୍ଗ ---- କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ମିଷ୍ଟର ଅନିରୁଦ୍ଧ ମେମୋରିଆଲ୍ ବିଦ୍ୟାପିଠ ଗୋପିଆକୁଦ ପରିସରରେ ୨୦୦୫/୦୬ ମସିହା ବ୍ୟାଚର  ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି  । ୧୫ବର୍ଷ ପରେ ଛାତ୍ର ଛାତ୍ରୀ ମାନେ ସେହି ପିଲାଦିନର ଅଜଣା ଅଭୁଲା ସ୍ମୃତିକୁ ସାଉଁଟିଥିଲେ   ।   ଛାତ୍ର ଛାତ୍ରୀ ମାନେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ  ।  ଛାତ୍ର ଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆଶିର୍ବାଦ ନେବା ସମୟରେ ଏକ ଭାବ ବିହ୍ୱଳ ପରିବେଷ ସୃଷ୍ଟି ହୋଇଥିଲା   । ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ଦାସ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟ, ଶ୍ରୀଯୁକ୍ତ ରଂଜିତ୍ କୁମରେ ଦାସ, ଶ୍ରୀଯୁକ୍ତ ଅଂଞ୍ଜନ କୁମାର ରାଉତ ଓ ଶ୍ରୀମତୀ ଦିଦି ଓ ପୁରାତନ ଛାତ୍ର ଛାତ୍ରୀ ପ୍ରଣତୀ ଦାସ, ପପୁନି ମାଝି, ପ୍ରଶାନ୍ତ କୁମାର ମଲ୍ଲିକ, ବିନୋଦ ମଲ୍ଲିକ, ଦିପ୍ତୀରେଖା ସ୍ୱାଇଁ, ଶ୍ରୀନିବାସ ଦାସ, ପ୍ରଭାସ ରଂଜନ ମଙ୍ଗୁଆଳ, ଅମରେଶ୍ ସ୍ୱାଇଁ, ପ୍ରଭାକର ଦାସ, ପବିତ୍ର ସାହୁ, ପ୍ରକାଶ ମଲ୍ଲିକ, ରୋଜାଲିନ୍ ସ୍ୱାଇଁ, ଶ୍ରୀଧର କୁମାର ସାହୁ, ଜୁମର ମାଝି, ବନିତା ରାଉତ, ସୁଷମା ସ୍ୱାଇଁ, ଶୈଳବାରା ନାୟକ, ସିଦ୍ଧାନ୍ତ ସୁତାର, ସୁନିଲ୍ ନାଥ, ରତିକାନ୍ତ ମଲ୍ଲିକ୍, ପ୍ରକାଶ ମଲ୍ଲିକ, ବନ୍ଦିତା ରାଉତ, ଅନିତା ବେହେରା, ମାମିନା ନାୟକ, ଅଳକା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ଜଗତସିଂପୁରୁର ପ୍ରଳୟ କୁମାର ମହାପାତ୍ର
 P Mhopatra
Jatasinghpur

Blog Archive

Popular Posts