Breaking News

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ରାଜାଭିସେଖ ଉତ୍ସବ ଅନୁଷ୍ଠିତ


 P mohapatra
Jagasinghpur
କୁଜଙ୍ଗ ----- ଜଗତ୍ସିଂହପୁର ଜିଲ୍ଲାର ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୂଙ୍କ ପବିତ୍ର ରାଜାଭିସେଖ ଓ ପୁଷ୍ପାଭିଷେଖ ଉତ୍ସବ  ଅନୁଷ୍ଠିତ ହୋଇ ଯାଇଛି  । ପୂର୍ବ ପ୍ରଥା ଅନୁସାରେ ଠାକୁରରାଜ୍ ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଆବାଶିକ କାର୍ଯ୍ୟାଳୟରେ ମନ୍ଦିର ପୁରୋଧା ସୁରେନ୍ଦ୍ର ନାଥ ଦାସ , ସଭାପତି କାଳିଙ୍କିକର ଆଚାର୍ଯ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ପରିଡା ଏବଂ ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ମହାପ୍ରଭୂଙ୍କ ଆଜ୍ଞାମାଳ ନେଇ ବରଣୀ କରିଥିଲେ  । ପରେ ମାଉସି ମା ମନ୍ଦିର ପ୍ରାଙ୍ଗଣରୁ ଠାକୁର ରାଜ୍ଙ୍କୁ ଶହ ଶହ ସେବାୟତ ମହିଳା ସ୍ୱଂୟଂ ସହାୟକ ଦଳ ପ୍ରମୁଖ ସଂକୀର୍ତନ କରି ଶୋଭା ଯାତ୍ରାରେ ପାଛୋଟି ନେଇଥିଲେ  । ଗରୁଡସ୍ତମ୍ଭ ନିକଟରୁ ଠାକୁର ରାଜ୍ ସମସ୍ତ ମନ୍ଦିର ପରିକ୍ରମା କରିସାରିବା ପରେ ପାରାଦ୍ୱୀପ ବନ୍ଦର ନ୍ୟାସ ଅନୁଦାନରେ ନିର୍ମିତ ପାନ୍ଥ ନିବାସ ଗୃହକୁ ଜିଲ୍ଲାପାଳ ପାରାଦ୍ୱୀପ ଟ୍ରଷ୍ଟ ସଭ୍ୟ ପ୍ରତାପ ମିଶ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଥିଲେ  । ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟର ନୂତନ ୱେବ୍ ସାଇଟକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ  । ନାଟ୍ୟ ମଣ୍ଡପରେ ରାଜାଭିଶେଖ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ରାମଚନ୍ଦ୍ର ଦାସ ଏବଂ ପ୍ରଫୁଲ୍ଲ କୁମାର ସାହୁଙ୍କ ଦ୍ୱାରା ମନ୍ଦିର ଇତିବୃତି ପାଠ କରାଯାଇଥିଲା  । ଜିଲ୍ଲାପାଳଙ୍କୁ ଆନୁଷ୍ଠାନିକ ଭାବେ ଅଭିଷେଖ୍ କରାଯାଇଥିଲା । ଏଥିରେ ହଜାର ହଜାର ଜନସାଧାରଣ ଜିଲ୍ଲାପାଳ ଏବଂ ତାଙ୍କ ସହଧର୍ମିଣୀ, ସମାଜ ସେବୀ ପ୍ରତାପ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ ଉତରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ  । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଉପସ୍ଥିତ ସାମ୍ବାଦିକ ପ୍ରସାସନିକ ଅଧିକାରୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା  । ଅଂଚଳବାସୀ ବିଭିନ୍ନ ସମାସ୍ୟାର ସମ୍ପର୍କରେ ଦରବାରରେ ଠାକୁର ରାଜଙ୍କୁ ଗୁହାରୀ ଜଣାଇଥିଲେ  । ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଟ୍ରଷ୍ଟର ସମ୍ପାଦକ ଜ୍ୟୋତିରଂଜନ ପରିଡା, ସହ ସମ୍ପାଦକ ସୁରେଷ ଚନ୍ଦ୍ର ସାହୁ ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଅଭୟ କୁମାର ଦାସ, ପ୍ରିୟନାଥ ରାୟ, ଲିଙ୍ଗରାଜ ରାୟ, ଅରୁଣ କୁମାର ପଣ୍ଡା, ତରଂଗ ସେନ୍ ପରିଡା, ସାରଦା ଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ  ।
 ଜଗତସିଂପୁରୁର ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts