ବରୀ ରେ ଗାନ୍ଧୀ ଜୟନ୍ତୀ ଅବସରରେ ମଦ ବିରୋଧୀ ଆନ୍ଦୋଳନ
ବରୀ----- ଗାନ୍ଧିଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଆବସରରେ ବରୀ ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବୁଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥି ମଧ୍ୟରୁ ବରୀ କୃପାସିନ୍ଧୁ ବିଦ୍ୟାଭବନ ର କୁନିକୁନି ଛାତ୍ର ଛାତ୍ରୀ ମାନେ ହାତରେ ର୍ଫ୍ଲାକଡ ଧରି ସ୍ୱଚ୍ଛ ପରିବେଶ ଓ ଗାନ୍ଧିଦେଶରେ ମଦ ଚଲିବନାହିଁ ବୋଲି ସ୍ଲୋଗାନ ଦେଇ ବରୀ ବଜାର ପରିକ୍ରମା କରିଥିଲେ । ବରୀ ସୁରକ୍ଷା ମଞ୍ଚ ଏବଂ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ବରୀ ତହସିଲ କାର୍ଯ୍ୟlଳୟ ପରିସରରେ ଏକ ମଦବିରୋଧି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବରୀ ଉର୍ଣ୍ଣାୟନ ପରିଷଦର ବରିଷ୍ଠ କର୍ମୀ କୁଳମଣି ଶୁକ୍ଳ , ସମାଜ ସେବୀ ସତ୍ୟରଞ୍ଜନ କର , ରମାଦେବୀ ଆଶ୍ରମ ସେବୀକା ସୀତା ଅପା ,ଆବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସବ୍ରିତ୍ରୀ ଦାସ , ବନ୍ଦିତା ଦାସ , ସ୍ନେହଳତା ଧଳ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବରୀ ସୁରକ୍ଷା ମଂଚ ତରଫରୁ ବରୀ ମାତୃମଙ୍ଗଳ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବରୀ ବଜାର ପରିକ୍ରମା କରିବା ସହିତ ମଦ ବିରୋଧୀ ସ୍ଲୋଗାନ ଦେଇଥିବାର ଦେଖିବାକୁ ମିଳିଥିଲା ।