ବାତ୍ୟା ପରେ ସଂଗୃହିତ ଭଙ୍ଗା ଆଜେବେଷ୍ଟ ଯାଜପୁରକୁ ଗଲା
ପିପିଲି----ପିପିଲି ବ୍ଲକରେ ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ଆଜବେଷ୍ଟସ ଗୁଡିକ ଗ୍ରାମାଞ୍ଚଳରେ ଏଣେ ତେଣେ ପଡିଥିଲା । ଜିଲ୍ଲାପାଳ ପୁରୀଙ୍କ ନିଦ୍ଦେର୍ଶ କ୍ରମେ ଘର ଓ ବିଦ୍ୟାଳୟ ମାନଙ୍କରୁ ସଂଗ୍ରହ କରାଯାଇ ଏକାଠି ଗଦା ଯାଇଥିଲା । ଯାହା ଫଳରେକି ଗ୍ରାମରେ ସଂକ୍ରମିତ ରୋଗ ହୋଇନଥିଲା । ବିଜୁ ଯୁବ ବାହୀନିର ସଦସ୍ୟ ମାନଙ୍କ ଦ୍ୱାରା ଭଙ୍ଗା ଆଜବେଷ୍ଟସ ଗୁଡିକ ସଂଗ୍ରହ କରାଯାଇଥିଲା । ବିଜୁ ଯୁବ ବାହୀନି ଦ୍ୱାରା ସଂଗୃହିତ ଭଙ୍ଗା ଆଜେବେଷ୍ଟ ଗୁଡିକୁ ଯାଜପୁରକୁ ଆଜି ପଠା ଯାଇଥିବା ପିପିଲି ବ୍ଲକ ବିଜୁ ଯୁବ ବାହୀନି ବ୍ଲକ ସଂଯୋଜକ କୈବଲ୍ୟ ବରାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପିପିଲି ମଣ୍ଡଳ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା ଯାଜପୁର ଅଭିମୁଖେ ଲୋଡ ଗାଡି ଯିବା ପାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର