 |
Baragarh news |
ବରଗଡ଼ ---- ବରଗଡ଼ ସହରରେ ଅବସ୍ଥିତ ମା ଶ୍ୟାମାକାଳୀ ପୂଜା ଆଜି ରବିବାର ଆରମ୍ଭ ହୋଇଯାଇଛି। ସକାଳ ୯ଟା ରେ କଳସ ଯାତ୍ରା ଆରମ୍ଭ ହୋଇଥିଲା।ଏହି ପୂଜାରେ ମୁଖ୍ୟ ପୂଜକ ଭାବେ ନରସିଂହ ଶତପଥି ଓ ତାଙ୍କ ସାଥୀମାନେ ରହିଥିବାବେଳେ ଡ଼ ମଧୁସୂଦନ ଦାସ ଓ ତାଙ୍କ ଧର୍ମ ପତ୍ନୀ ବିଜୟା ଲକ୍ଷ୍ମୀ ଦାସ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି।ଘଣ୍ଟ,ଶଙ୍ଖ,ସଂକୀର୍ତ୍ତନ୍ୟ ଆଦିର ନାଦରେ ଚାରିଆଡ଼ ପ୍ରକମ୍ପିତ ହୋଇ ଉଠିଥିଲା।ଶ୍ରଦ୍ଧାଲୁ ଭକ୍ତ ତଥା ଦେଖଣାହାରୀଙ୍କ ଭିଡ଼ ହୋଇଥିଲା । ମହିଳା ଭକ୍ତଗଣ ସହରରେ ଅବସ୍ଥିତ ଜିରା ନଦୀରୁ ପାଣି ଆଣି ମାଙ୍କ ଶ୍ଯମାକାଳୀଙ୍କର ପଦ ପ୍ରକ୍ଷାଳନ କରିଥିଲେ।ଏଥିପାଇଁ ମନ୍ଦିରର ପୂଜାକମିଟି ବେଶ ତତ୍ପର ହୋଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଦୀର୍ଘ ସାତଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ୦୨.୧୧.୨୦୧୯ ଶନିବାର ଦିନ ଶ୍ୱାମେଶ୍ୱର ବାବାଙ୍କ ଅଭିଷେକ,ହନୁମାନ ଚାଲିଶା ପାଠ ଓ ସନ୍ଧ୍ୟାରେ ଚଣ୍ଡି ପାଠ ହେବ। ରାତି ୯ଟାରେ ପୂର୍ଣ୍ଣାହୁତି ହୋଇ ପ୍ରସାଦସେବନ ପରେ ପୂଜା ସମାପ୍ତ ହେବ। ୧୯୯୨ ମସିହାରୁ ମାଙ୍କ ପୂଜା ଏପର୍ଯ୍ୟନ୍ତ ବେଶ ଧୁମଧାମରେ ପାଳିତ ହୋଇଆସୁଛି। ଅଷ୍ଟ ଧାତୁରେ ତିଆରି ହୋଇଥିବା ମା ଙ୍କ ପ୍ରତିମା ତଥା କାରୁକାର୍ଯ୍ୟରେ ଭରା ମନ୍ଦିର ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ମା ଙ୍କୁ ଲାଗିହେଉଥିବା ଛପନ ଭୋଗ ବେଶ ମହତ୍ୱ ବହନ କରେ। ଏହି ଛପନ ଭୋଗ ଛପନ ପ୍ରକାରର ଖାଦ୍ୟ ସାମଗ୍ରୀରୁ ତିଆରି ହୋଇଥାଏ ଯାହାକି ଶେଷ ଦିବସରେ ମା ଙ୍କୁ ଅର୍ପଣ କରାଯାଇଥାଏ। ଆରମ୍ଭ ହେବା ଦିନ ଠାରୁ ମା ଙ୍କ ମାଟି ତିଆରି ପ୍ରତିମାକୁ ପୂଜା କରାଯାଉଥିଲା।କିନ୍ତୁ ୧୯୯୬ମସିହାରେ ଅଷ୍ଟଧାତୁରେ ନିର୍ମିତ ମା ଙ୍କ ପ୍ରତିମାକୁ ପୁରୀର ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ଉପସ୍ଥିତି ରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା।ଆଗରୁ ଅନେକ ବର୍ଷ ପର୍ଯ୍ୟନ୍ତ ମା ଙ୍କୁ ଏକ ଅସ୍ଥାୟୀ ମନ୍ଦିରରେ ପୂଜା କରାଯାଉଥିଲା।କିନ୍ତୁ ୨୦୧୧ମସିହାରେ ସ୍ବର୍ଗତ ଶର୍ବେଶ୍ୱର ରଥଙ୍କ ନେତୃତ୍ୱରେ ଏକ ମନ୍ଦିର ନିର୍ମାଣ କରାଯାଇ ମା ଙ୍କୁ ବିଧିକ୍ରମେ ପୂଜା କରାଯାଇ ଆସୁଅଛି ।
ବରଗଡ଼ ରୁ ସନାତନ ବାରିକ ଓ ନବୀନ ଦାଶଙ୍କ ରିପୋର୍ଟ