ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ବଜାର ସଫେଇ ଆରମ୍ଭ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ପବିତ୍ର ଅଁଳାନବମୀ ଓ ବଡ ଏକାଦଶୀ ପାଇଁ ସାକ୍ଷୀଗୋପାଳ ବଜାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବସଷ୍ଠାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ବର୍ଷ ସାରା ଗଦା ହୋଇଥିବା ଅଳିଆ ଅବର୍ଜନା ଗୁଡିକ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ସଫେଇ କରାଯାଉଛି । ଉପଜିଲ୍ଲାପାଳ ଭବ ତରଣ ସାହୁଙ୍କ ନିର୍ଦ୍ଦେଶକ୍ରମେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଓ ହିସାବ ନିରୀକ୍ଷକ ଜ୍ୟେତି ପ୍ରକାଶ ସାହୁଙ୍କ ତତ୍ୱବଧାନରେ ୧୫ ଜଣ ଅସ୍ଥାୟୀ ସଫେଇ କର୍ମଚାରୀ ନିୟୋଜିତ ରହିଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ସମ୍ପର୍ଣ୍ଣ ସଫେଇ କାର୍ଯ୍ୟ ଶେଷ ହେବ ବୋଲି ହିସାବ ନୀରିକ୍ଷକ ଶ୍ରୀ ସାହୁ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି