Breaking News

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କୁ ଗାର୍ଡଅଫ ସମ୍ମାନରେ ଶେଷକୃତ୍ୟ ସମ୍ପନ୍ନ




 J panda
Begunia News
ବେଗୁନିଆ-- ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ମୁଗମଣ୍ଡା ଗ୍ରାମର ଗୋଲଖ ଲେଙ୍କାକ ତୃତୀୟପୁତ୍ର ଗୌରାଙ୍ଗ ଚରଣ ଲେଙ୍କା(୪୫)ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି  । ସେ  ମଧ୍ୟପ୍ରଦେଶର  ଗୋ ୱାଲିୟରେ ଭାରତୀୟ ସୀମା ସୁରକ୍ଷା ବଳର ୭୦ ରେଜିମେଣ୍ଟର ଜଣେ କ୍ଲକ ଭାବରେ କାର୍ଯ୍ୟ କରନ୍ତି ।  ଗତ ୧୮ ତାରିଖରେ ନିଜ ଗ୍ରାମକୁ ଛୁଟିରେ ଆସିଥିଲେ । ଗତକାଲି ସନ୍ଧ୍ୟାରେ ନିଜ ବାଇକ ଯୋଗେ କୌଣସି ଜରୁରୀ କାମରେ  ତାଙ୍କ ବନ୍ଧୁ ଘରକୁ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ  ସୁନେଇ ରୂପେଇ ପାହାଡ ନିକଟରେ ଦୁର୍ଘଟଣା ଘଟିଥିଲା । ସେଠାରେ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।  ଆଜି ତାଙ୍କ ଶବ ବ୍ୟବଚ୍ଛେଦ୍ଦ ପରେ ପୈତୃକ ଗ୍ରାମକୁ ଅଣାଯାଇଥିଲା  ।  ଖୋର୍ଦ୍ଧା ଜଟଣୀ ସ୍ଥିତ ବଡତୋଟାସ୍ଥିତ ସୀମାସୁରକ୍ଷା ବଳ ରେଜିମେଣ୍ଟ  ପହଞ୍ଚି ଯବାନଙ୍କ ଶେଷ ଶ୍ରଦ୍ଧାଞ୍ଜଳୀ ଗାର୍ଡ ଅପ ଅନର ଦେବାପରେ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ପୁଅ ଦିବ୍ୟଜ୍ୟୋତି ଲେଙ୍କା(ଗୌତମ) ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜାତୀୟ ପତାକାକୁ ସ୍ୱର୍ଗତଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା ।ଏହି ଅନ୍ତେଷ୍ଟିକ୍ରିୟାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଆତ୍ମୀୟ ସ୍ୱଜନ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ । 
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts