ବରୀରେ ସାହାରାର ଇ - ବାଇକ୍ ଶୋରୁମ ଉଦ୍ଘାଟିତ
ବରୀ---- ଓଡିଶାର ପ୍ରଥମ ସାହାରା ଇ-ବାଇକ୍ ଶୋରୁମ ଆଜି ବରୀ ତଳ ବଜାର ସାହାରା ଅଫିସର ନିକଟରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଗୋ-ସ୍ୱାମୀ ଅଖା ବାବା ଫିତା କାଟି ଶୋ ରୁମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବରୀ ଓକିଲ ସଂଘର ସଭାପତି ରାଜ କିଶୋର ସାମଲ ଓ ସାହାରା ବରୀ ଶାଖାର ପରିଚାଳକ ମନୋରଂଜନ ଦାସ ,ବରୀ ସାହାରା ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରିବେଶ ପ୍ରଦୃଶନ ଦୃଷ୍ଟି ଆଗରେ ରଖି ସାହାର ଗ୍ରୁଫ ଏହି ସ୍କୁଟି,ବାଇକ୍,ଅଟୋ ରିକ୍ସା ବାହାର କରିଛି ଯାହା ଦ୍ୱାରା ଗ୍ରାହକମାନେ ବିନା ପେଟ୍ରୋଲ, ମୋବିଲରେ ଚାଲିବା ସହିତ ଜିପିଏସ୍,ଜିପିଆରଏସ୍,ବେଂ ବ୍ଲୁ ଟୁଥ ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାର ଗ୍ରାହକ ମାନେ ନିଜର ମନୋରଂଜନ କରିବା ସହ ଥରେ ଚାର୍ଜ କଲେ ୮୦ ରୁ ୧୦୦ କି.ମି ପର୍ଯ୍ୟନ୍ତ ଚାଲି ପାରିବ ବୋଲି ବରୀ ଶୋ- ରୁମର ପରିଚାଳକ ମନୋରଂଜନ ଦାସ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । ଅନ୍ୟ ଗାଡି ଅପେକ୍ଷା ଏହା କମ ଦାମ ରହିଥିବାରୁ ଗ୍ରାହକ ମାନେ ଅଧିକ ଆକୃଷ୍ଟ ହେବାର ସମ୍ବାବନା ରହିଛି ।
ରିପୋର୍ଟ -ଦର୍ଶନ ବେହେରା
ବରୀ,
ଯାଜପୁର,
ରିପୋର୍ଟ -ଦର୍ଶନ ବେହେରା
ବରୀ,
ଯାଜପୁର,
Bari News |