Breaking News

ପ୍ଲାଷ୍ଟିକ କ୍ୟାରି ବ୍ୟାଗ୍ ଜବତ ସହ ଜୋରିମାନା ଆଦାୟ।


J Sehti
puri news
ପୁରୀ------ ପୁରୀ ସହରରେ ପ୍ଲାଷ୍ଟିକ କ୍ୟାରି ବ୍ୟାଗ୍ ଓ କଟଲେରୀ ବ୍ୟବହାର ଓ ବିକ୍ରୀୟ କରୁଥିବା ବ୍ୟବସାୟୀ ଙ୍କ ଉପରେ ପୈର ସଂସ୍ଥା ପକ୍ଷରୁ ଚଢାଉ କରାଯାଇଛି ।ପ୍ଲାଷ୍ଟିକ କ୍ୟାରି ବ୍ୟାଗ୍ ଜବତ କରିବା ସହ  ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ଗ୍ରାଣ୍ଡ ସେଣ୍ଟରରେ ଚଢ଼ାଉ କରାଯାଇ ୫ କିଲୋଗ୍ରାମ ପଲିଥିନ ଜବତ୍ ସହ ୩ ହଜାର ୭ ସହ ଟଙ୍କା ଆଦାୟ କରାଯାଇଛି। ସେହିଭଳି ପୁରୀ ପେଣ୍ଠକଟା ଓ ଶ୍ରୀକ୍ଷେତ୍ର କଲୋନୀରୁ ୩ କିଲୋଗ୍ରାମ ପଲିଥିନ ଓ ୪ ହଜାର ୪ ସହ ୫୦ ଟଙ୍କା ଆଦାୟ କରାଯାଇଛି। ସୂର୍ଯ୍ୟକମ୍ଫେସ୍କରେ ୧୫ କିଲୋଗ୍ରାମ ପଲିଥିନ ଓ ୯ ହଜାର ୪ ସହ ୫୦ ଟଙ୍କା ଆଦାୟ କରାଯାଇଛି। ବାଲିସାହି ବିଭିନ୍ନ ଦୋକାନରୁ ୬ କିଲୋଗ୍ରାମ ପଲିଥିନ ଓ ୨୦ ହଜାର ୫ ସହ ଟଙ୍କା ଆଦାୟ କରାଯାଇଛି। ଏତଦବ୍ୟତୀତ ଚଢାଉକାରୀ ଦଳ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବାକୁ ବିଭିନ୍ନ ଦୋକାନୀ ଓ ଗ୍ରାହକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧୀ ଜୟନ୍ତୀରୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ଜିଲ୍ଲାରେ ସବୁ ସ୍ତରରେ ଉଦ୍ୟମ କରାଯିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ପୁର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ଝୋଟ , କାଗଜ,କପଡା ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ ସହ ଏହାର ଉତ୍ପାଦନ ପାଇଁ ସମ୍ପୃକ୍ତ ଏସଏଚଜି ମାନଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏଥି ସହ ପୈରସଂସ୍ଥା , ବିଜ୍ଞାପିତ ଅଞ୍ଚଳ, ଗ୍ରାମ ପଞ୍ଚାୟତ, ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନଜର ରଖିବାକୁ ବିଭିନ୍ନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts