ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ
କୋଣାର୍କ ------- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ବୁଧବାର ସକାଳୁ ଏଯାବତ ଲାଗିରହଛି ପ୍ରବଳ ବର୍ଷା । ଫଳରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ କୋଣାର୍କ ଏନଏସିର ୧୩ଟି ୱାର୍ଡରେ ବର୍ଷା ଜଳ ଜମିରହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପାଡିଛି । ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାରୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳି କୋଣାର୍କ ଏବେ ଜନସୂନ୍ୟ ହୋଇପଡିଛି । ଖାଲୁଆ ଅଞ୍ଚଳମାନଙ୍କରେ ବର୍ଷା ଜଳ ଜମରହିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସର କୂର୍ତ୍ତିମ ହ୍ରଦରେ ପରିଣତ ହୋଇଥିବା ବେଳେ କୋଣାର୍କ ଏନଏସିର ବିଭିନ୍ନ ୱାଡରେ ବସବାସ କରୁଥିବା ଥିବା ଖାଲୁଆ ଅଞ୍ଚଳର ଲୋକଙ୍କ ଘରେ ପାଣି ପସିଯାଇଛି । ଲାଗାଣ ବର୍ଷା ଯୋଗୁଁ ସୂର୍ଯ୍ୟମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାଷିତ ହୋଇ ନ ପାରି ମନ୍ଦିର ପରିସରରେ ବର୍ଷା ଜଳ ଜମିରହିଛି । ସୂର୍ଯ୍ୟମନ୍ଦିର ସଂରକ୍ଷଣ ଦାଇତ୍ୱରେ ଥିବା କର୍ମଚାରୀମାନେ ପାଣିବୁହା ମଟର ଲଗାଇ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ କରୁଥିଲେ ମଧ୍ୟ ତୁହାକୁ ତୁହା ଲଗାଣ ବର୍ଷା ଲାଗିରହୁ ଥିବାରୁ ବର୍ଷା ଜଳ ନିଷ୍କାସନ ସମ୍ଭବପର ହୋଇପାରି ନ ଥିଲା । ଫଳରେ ଏହି ସମୟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିରର ଏପରି ଅବସ୍ଥା ଦେଖି ଫେରିଯାଇଥିବା ବେଳେ ଆଉ କେତେକ ପର୍ଯ୍ୟଟକ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ୨୩ତାରିଖ ସକାଳ ୬ରୁ ଆକାଶ ମେଘାଛନ ରହି ତୁହାକୁ ତୁହା ବର୍ଷା ଲଗିରହିଥିବାରୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଏହି ଲଗାଣ ବର୍ଷା ପ୍ରଭାବରେ କୋଣାର୍କ ଏନଏସିର ଓ ଗୋପ, କାକଟପୁର ଓ ଅସ୍ତାରଙ୍ଗ ବ୍ଲକର ଚାଷିଭାଇମାନଙ୍କର ହଜାର ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ଚାଷ ଉପରେ ନିର୍ଭର କରୁଥିବା ଏହି ଅଞ୍ଚଳର ଚାଷୀମାନେ ଖରିଫ ଧାନ ଓ ରବି ଫସଲ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ବିଭିନ୍ନ ସମୟରେ ବାନ୍ୟା, ବାତ୍ୟା ଓ ଚାଷଜମିରେ ରୋଗପୋକ ଦାଉ ସାଧୁଥିବା ବେଳେ ଏବେ ଲଘଚାପ ପ୍ରଭାବରେ ଲଗାଣ ବର୍ଷା ଚାଷଜମିରେ ବ୍ୟାପକ କ୍ଷୟକ୍ଷ୍ୟତି ଘଟାଇ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ କ୍ଷତଗୁଡିକରେ ବର୍ଷା ଜଲ ଠୁଳ ସମସ୍ୟା ଯୋଗୁଁ ଧାନଗଛ ତଳେ ପଡ଼ି ଧାନ ସବୁ ନଷ୍ଟ ହେବା ସହ ନଡ଼ା ପାଣିରେ ପଡ଼ି ସଢ଼ିଗଲାଣି । ସମଗ୍ର ଅଞ୍ଚଲରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିଲା । ଚାଷୀ ନିଜ ଧାନ ଜମିରେ କରିଥିବା ଖରିଫି ଧାନର କେଣ୍ଡାକୁ ଦେଖି ଭାବିଥିଲା ଚଳିତ ବର୍ଷ ଭଲ ଅମଳ ହେବ । ହେଲେ ଦାଉସାଧିଲା ଲଗଣାବର୍ଷା । ଉଜାଡିଦେଲା ଚାଷୀର ଭବିଶ୍ୟତକୁ । ଚାଷୀ ଋଣକରି ଧାନ ଫସଲ କରିଥିବା ବେଳେ କେମିତି ଋୁଣ ସୁଝିବ ସେକଥା ଭାବି ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ
କୋଣାର୍କରୁ ଅଜିତ କୁମାର ମଲ୍ଲିକ
KonarakNews |