ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ; ୩ ହଳ ଜବତ
ଭୁବନେଶ୍ୱର ---- ପୁଣି ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଜବତ କରିଛି କମିଶନରେଟ୍ ପୋଲିସ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩ ହଳ( ୬) ଗୋଟି ଗାଡ଼ି ଜବତ କରିଛି ପୋଲିସ । ଆଜି କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ପ୍ରାୟ ୬ ଟି ଗାଡ଼ିକୁ ଜବତ କରାଯାଇଛି । ତେବେ ସେଥିମଧ୍ୟରେ ଗୋଟିଏ ନମ୍ବରରେ ଦୁଇଟି ଲେଖାଏଁ ଗାଡ଼ି ରହିଥିବା ଦେଖାଯାଇଛି । ୬ ଟି ଗାଡ଼ିର ୩ ଟି ନମ୍ବର ଥିବା ଦେଖାଯାଇଛି । ସେହିଭଳି ଆଉ ଗୋଟିଏ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ସବୁ ଗାଡ଼ି ଗୋଟିଏ ମାଲିକର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଖାଲି ସେତିକି ନୁହେଁ ଗାଡ଼ିଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଗାଡ଼ି ମାଲିକକୁ ପୋଲିସ ଯୋଗାଯୋଗ କରିସାରିଥିବା ଜଣାପଡ଼ିଛି ।
ଅଜିତ କୁମାର ମଲ୍ଲିକଙ୍କ ରିପୋର୍ଟ