ତେର ବର୍ଷ ହୋଇଗଲା ପାଦ ଥାପିନି ଭୂମିରେ
କନ୍ଧମାଳ----- କନ୍ଧମାଳ ଜିଲ୍ଲା କୋଟଗଡ ଅନ୍ତର୍ଗତ ନୂଆ କୁମ୍ଭାର ସାହିରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଜଣେ ତେର ବର୍ଷ ର ନାବାଳକ ର କରୁଣ ଦୁଃଖ । ଜନ୍ମ ରୁ ସେ ଭୂମିରେ ପାଦ ଥାପି ନାହିଁ । ତାଙ୍କ ନାମ ଦୀପନ ପ୍ରଧାନ । ଦୀପନଙ୍କ ପାଇଁ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ଯେପରି ସାତ ସପନ ହୋଇଯାଉଛି । ତାଙ୍କର ଡାହାଣ ଆଖିର ଦୃଷ୍ଟି ଶକ୍ତି ନାହିଁ , ହାତ ଗୋଡ଼ ଅଚଳ । ଏହି ଗରିବ ଆଦିବାସୀ ପରିବାର ର ଦୁଃଖ କହିଲେ ନ ସରେ । ବାପା ସନାତନ ପ୍ରଧାନ ଜଣେ ଟେଲର କାମ କରନ୍ତି । ପୁଅର ଚିକିତ୍ସା ପାଇଁ କୋଟଗଡ଼ ଡାକ୍ତରଖାନା ରୁ ଆରମ୍ଭ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସା କରିବାକୁ ଯାଇ ସମସ୍ତ ଅର୍ଥ ଶେଷ । ମାତ୍ର ପୁଅ ଗୋଡ଼ ମାଟିରେ ଦେଲାଣି । ଶେଷରେ ନିରାଶ ହୋଇ ବାପା ମା ପୁଅକୁ ଘରେ ପକାଇ ରଖିଛନ୍ତି । ଏବେ ପୁଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଯେଉଁଠିିିକି ଗଲେ ଅର୍ଥ ଦରକାର । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଦୀପନ ପରି ଗରିବ ଅସହାୟ ଲୋକଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ତାଙ୍କ ପରିବାର । ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳ ଙ୍କୁ ମଧ୍ୟ ଭେଟି ଗୁହାରି କରି ସାରିଥିବା କହିଛନ୍ତି । କୈାଣସି ସୁଫଳ ପାଇନାହାଁନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ହସ୍ତକ୍ଷେପ କରି ଏହି ନାବାଳକକୁ ଉତ୍ତମ ଚିକିତ୍ସା ଯୋଗାଇବା କୁ ସାଧାରଣ ରେ ଦାବୀ ହେଉଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡା