ଲଗାଣ ବର୍ଷାଯୋଗୁ ଭୁସୁଡିଲା ଘର; ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ
ପୁରୀ_------- ଲଘୁଚାପ ପ୍ରଭାବରେ ଦୁଇ ଦିନଧରି ଲାଗିରହିଛି ବର୍ଷା। ଫଳରେ ଭୁସୁଡିଲା ଘର। ପୁରୀ ଜିଲ୍ଲାର ବ୍ରହ୍ମଗିରି,କଣାସ,କୃଷ୍ଣପ୍ରସାଦ,ସତ୍ୟବାଦୀରେ ଲାଗିରହିଛି ବର୍ଷା। ଫଳରେ ଜନଯିବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି। ବର୍ଷା ସାଙ୍ଗକୁ ପବନର ବେଗମଧ୍ୟ ବୃଧିପାଇବାରେ ଲାଗିଛି। ଯାହାଫଳରେ ଘରୁ ବାହରକୁ ବାହାରିବା ସମ୍ଭବ ପର ହେଉନାହିଁ। ବର୍ଷା ଓ ପବନ ଯୋଗୁ କିଭଳି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଯିବେ ତାକୁ ନେଇ ଆଶଙ୍କରେ ଛାତ୍ରଛାତ୍ରୀ। ଅନ୍ୟ ପକ୍ଷରେ ଏହି ବର୍ଷା କୁ ଦେଖି ରାଜ୍ୟ ସରକାର ଛୁଟି ଘୋଷଣା କରାଯାଇଛି । ଲଗାତାର ବର୍ଷା ଫଳରେ
ଭୁଶୁଡ଼ିଲା କାନ୍ଥ। ଅଳ୍ପକେ ବର୍ତିଲେ ପରିବାର ଲୋକେ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ମାଲୁଦ ପଞ୍ଚାୟତର ଫତେପୁର ଗାଁରେ ଜୟକୃଷ୍ଣ ପଳେଇଙ୍କ ଘର । ବାତ୍ୟା ସମୟରେ ପବନ ମାଡ଼ରେ ଘର ଅଧଭଗ୍ନ ଅବସ୍ଥାରେ ରହିଥିଲା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଦବି ଯିବାରୁ ଘର ଭାଙ୍ଗି ଗଲା ବୋଲି ଜଣାପଡିଛି। ସେହି ପରି ମଧ୍ୟ ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ଲୋକମାନେ ।
ପୁରୀରୁ ଜୟନ୍ତ କୁମାର ସେଠୀ