Breaking News

ବ୍ଳକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା


D senapati
Sakhigopal
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟର ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ବ୍ଳକର ୨୪ଟି ବିଦ୍ୟାଳୟର ପ୍ରାୟ ୨ଶହ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ  । ବ୍ଳକ କ୍ରୀଡା ସଭାପତି ତଥା ମଣ୍ଡଳ ଶିକ୍ଷା ଅଧିକାରୀ ଧୁବ ଚରଣ  ଜେନା ଓ ଉପସଭାପତି ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ  ତତ୍ୱବଧାନରେ ଖେଳ କୁଦ ଅନୂଷ୍ଠିତ ହୋଇଯାଇଛି ।୧୪ ବର୍ଷରୁ କମ ଛାତ୍ର ଛାତ୍ରୀଙ୍କୁ ଜୁନିୟର ବିଭାଗରେ ଖେଳିବା ପାଇଁ ସୁଯୋଗ ମିଳିଥିଲା  । ସେମାନଙ୍କ ପାଇଁ ୧୦୦, ୪୦୦, ୮୦୦, ୧୫୦୦, ଉଚ୍ଚଡିଆଁ, ହାଇଜମ୍ପ, ସଟଫୁଟଥ୍ରୋ, ଥ୍ରୋବଲ ଖେଳ ହୋଇଥିଲା  । ସେହିପରି ୧୭ ବର୍ଷରୁ କମ ସିନିୟର ପିଲାଙ୍କ ମଧ୍ୟରେ ୧୦୦, ୨୦୦,୪୦୦, ୮୦୦ ୧୫୦୦, ଉଚ୍ଚଡିଆଁ, ଲମ୍ବାଡିଆଁ, ସଟଫୁଟ, ଡିସକସଥ୍ରୋ ଓ ଥ୍ରୋବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ବିଭିନ୍ନ ବିଦ୍ୟାଳୟରୁ ୨୫ ଜଣ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ  । ଏଠାରୁ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଖେଳିବା ପାଇଁ ଯିବେ ବୋଲି ବ୍ଳକ କ୍ରୀଡା ସଂଗଠନର ସମ୍ପାଦକ ତଥା ସତ୍ୟବାଦୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ କହିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts