Breaking News

ଦୁର୍ବନ୍ଧ ପଞ୍ଚାୟତରେ ;ମୋ ନିବେଦନ; ଓ ;ମୋ ଗାଁରେ ତହସିଲ; କାର୍ଯ୍ୟକ୍ରମ

    ହିଞିଳିକାଟୁ -------- ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପଞ୍ଚାୟତରେ କିପରି ଲୋକଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ, ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସରକାରଙ୍କ ବିଭିନ୍ନ ନୂତନ  କାର୍ଯ୍ୟକ୍ରମ । ହିଞିଳିକାଟୁ ତହସିଲ ଓ ବ୍ଳକ ପ୍ରଶାସନର ପକ୍ଷରୁ ଗୁରୁବାର  ସ୍ଥାନୀୟ ବ୍ଳକ ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  "ମୋ ନିବେଦନ" ଓ "ମୋ ଗାଁରେ ତହସିଲ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଦୁର୍ବନ୍ଧ ସମେତ ସାରୁ, କଂଚୁରୁ, ଦୟାପଲ୍ଲୀ ଆଦି ୪ଟି ପଞ୍ଚାୟତକୁ ନେଇ ଏହି  କାର୍ଯ୍ୟକ୍ରମ କରା ଯାଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର,ସୁନିଲ ପ୍ରଧାନଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ମୋ ନିବେଦନ କାର୍ଯ୍ୟକ୍ରମରେ ୧୩୮  ହିତାଧିକାରୀଙ୍କ ମଧ୍ୟରୁ ଦୁର୍ବନ୍ଧର ୧୪୨, ଦୟାପଲ୍ଲୀର ୧୦, ସାରୁର ଗୋଟିଏ ଏବଂ କଂଚୁରୁ ପଞ୍ଚାୟତର ୩ ଅଭିଯୋଗ ମୋଟ ୧୫୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଅନ୍ୟପଟେ ସେହିପରି "ମୋ ଗାଁରେ ତହସିଲ" କାର୍ଯ୍ୟକ୍ରମରେ  ୧୪୮ ଜଣ ଆବେଦନକାରୀ ନାମ ପଞ୍ଜିକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପଟା ପ୍ରଦାନ ୬୮ଇ-ପାଉତି ୩୫ ଓ ସ୍ଥାୟୀବାସିନ୍ଦା ୧୮ଜଣଙ୍କ ଆଦୀ ସହିତ ବିଭିନ୍ନ  ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତହସିଲ ମୁଖ୍ୟ କିରାଣି
କାଳୁ ସାହୁ, ରେକର୍ଡ଼ କିପର ଏନ. କୃର୍ଷ୍ଣମୂର୍ତି, ଯସ୍ମିନି ଭୁୟାଁ, ଆରଆଇ ସଂଜୟ ବିଷୋୟୀ, ସଂଜୟ ଦାସ, ଗାୟତ୍ରୀ ଦେବି,  ଯସ୍ମୀନ ଭୂୟାଁ ରଶ୍ମିନ ସାହୁ,କିରାଣୀ ସୁନିତା ପାତ୍ର ,ତାରାପ୍ରସାଦ ମିଶ୍ରଙ୍କ ସମେତ ଅମିନ ପରିଚାଳନା କରିଥିବା ବେଳେ ତହସିଲର ୪ର୍ଥ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ହିଞିଳିକାଟୁରୁ ପ୍ରିୟବ୍ରତ ପଣ୍ଡା

Blog Archive

Popular Posts