Breaking News

ଗୋବିନ୍ଦପାଲିରେ ଧନଲକ୍ଷ୍ମୀ ରୋପ୍ୟ ଜୟନ୍ତି ମହୋତ୍ସବ



baragargh news satyabadi news
 Dhanalakshmi silver jubilee at Gobindapali

ବରଗଡ଼----   ଧନଲକ୍ଷ୍ମୀ ପୂଜା କମିଟିର ଆନୁକୂଲ୍ୟରେ ବରଗଡ଼ ଗୋବିନ୍ଦ ପାଲି ଛକରେ ଧନଲକ୍ଷ୍ମୀ ରୋପ୍ୟଜୟନ୍ତି ମହୋତ୍ସବ ଅନୁଷ୍ଠିତ ହେଉଛି।  ପୂଜା ପାଇଁ ୨୬ତାରିଖ ଧନତେରସ ଦିନ ସ୍ଥାନୀୟ ଜିରା ନଦୀରୁ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା ।   ୩ତାରିଖ ଦିନ ପୂର୍ଣ୍ଣାହୁତି ହେବ । ଏଥିରେ କର୍ତ୍ତା କର୍ତ୍ତୀ ଭାବେ ସୁଶାନ୍ତ ମହାପାତ୍ର ଓ ତାଙ୍କ ସପତ୍ନୀ ସରିତା ମହାପାତ୍ର ରହିଛନ୍ତି ।  ମୁଖ୍ୟ ପୂଜକ ରୂପେଶ୍ୱର ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀମାନେ ପୂଜା କାର୍ଯ୍ୟ ତୁଲାଉଛନ୍ତି।ଏହି ପୂଜା ୨୫ ବର୍ଷ ହେବ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି । ଏଇ ବର୍ଷ ରୋପ୍ୟ ଜୟନ୍ତି ମହୋତ୍ସବ ପୂଜା ବହୁ ଧୁମଧାମରେ ପାଳିତ ହେଉଥିବାର ପୂଜାକମିଟିର ସଭାପତି ସୁଶାନ୍ତ କୁମାର ଦାଶ କହନ୍ତି । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଓ ଅଞ୍ଚଳବାସୀ ପ୍ରମୁଖ ସହଯୋଗ କରିଛନ୍ତି । ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ୩୦ତାରିଖ ସନ୍ଧ୍ୟାରେ ହାସ୍ୟ କବି ସମ୍ବିଳନୀ,ଶ୍ରୀ ଶ୍ରୀ ବଜରଙ୍ଗବଳୀ ଗଣନାଟ୍ୟ ହୀରଲ୍ଲୀ ପାଲି ର ସିନ୍ଦୁର ଦେଖିଲେ ଡର ଲାଗୁଛି ପରିବେଷଣ ହେବ  ,୩୧ତାରିଖ ସନ୍ଧ୍ୟା ଶିଶୁ କଳାକାର ଦ୍ୱାରା ନୃତ୍ୟ ପରିବେଷଣ ସହ ନାଟକ ଈଶ୍ୱର ଆଲ୍ଲା ତେରେ ନାମ,୧ତାରିଖ ଶୁକ୍ରବାର ସନ୍ଧ୍ୟାରେ କଟକର ଭଜନସନ୍ଧ୍ୟା,୨ତାରିଖ କଟକର ଅର୍କେଷ୍ଟ୍ରା ସିଗନେଚର ବଣ୍ଡ,୩ତାରିଖ ପୂର୍ଣ୍ଣାହୁତି ଦିନ ଝିମବାହଲ ମହିଳା ଦଣ୍ଡନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି  ।  ପ୍ରତିଦିନ ସନ୍ଧ୍ୟା ୬ଘଣ୍ଟାରୁ ସୋହେଲା ଶ୍ରୀମତୀ ମଞ୍ଜୁଳତା ଷଡ଼ଙ୍ଗୀ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ପ୍ରବଚନ ରହିଛି। ଏଥିରେ ପୂଜା କମିଟିର ସଦସ୍ୟ ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଲୁ ଭକ୍ତ ମାନଙ୍କର ପୂର୍ଣ ସହଯୋଗ କରୁଛନ୍ତି ।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
sakhigopal news
satyabadi news
baragargh news

Blog Archive

Popular Posts