Breaking News

ଅଁଳାନବମୀ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ , ଠାକୁରଙ୍କ ନୀତି ନିଘଣ୍ଟ ହୋଇ ପାରିଲା ନାହିଁ ;


D Senapati
Sakhigopal
ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କର ନଭେମ୍ବର ମାସ ୫ ତାରିଖରେ ପବିତ୍ର ଅଁଳାନବମୀ (ରାଧା )  ପାଦ ଦର୍ଶନ ପାଳିତ ହେବ  । ଏଥିପାଇଁ  ମଙ୍ଗଳବାର ଦିନ ଦ୍ୱିତୀୟ  ପ୍ରସ୍ତୁତି ବୈଠକ ସାକ୍ଷୀଗୋପାଳ ପାନ୍ଥଶାଳାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  ।   ସେବାୟତ ସଂଘ ପକ୍ଷରୁ  ଶ୍ୟାମ ସୁନ୍ଦର ମହାପାତ୍ର, ସଂଜୟ ନନ୍ଦ ସଦସ୍ୟ ବୈଠକରେ ସଂଘ ପକ୍ଷରୁ ପଠାଯାଇଥିବା କେତକ ଦାବୀ ଉପସ୍ଥାପନ କରି ବା ସହ ଗତ ବର୍ଷ ସେମାନଙ୍କୁ ନ୍ୟାୟ ମିଳିନାହିଁ  ।  ଏଣୁ ଆମର ସମ୍ପର୍ଣ୍ଣ ବୋର୍ଡ ଆସିନାହିଁ ଆମେ କୌଣସି ଆଲେଚନା ଆପଣଙ୍କ ସାଙ୍ଗରେ କରି ପାରିବୁ ନାହିଁ ବୋଲି କହି ବୈଠକ ବର୍ଜନ କରିଥିଲେ  । ଯାହା ଫଳରେକି  ବୈଠକରେ ଠାକୁରଙ୍କ ଦେବନୀତି ସମ୍ପର୍କେ କୌଣସି ଆଲେଚନା ମଧ୍ୟ ହୋଇପାରି ନଥିଲା  । ଶେଷରେ ବିଧାୟକ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଥିଲେ ତୁରନ୍ତ ସେବାୟତ ସଂଘଙ୍କ ସହିତ ଏକ ଦିନ ଧାର୍ଯ୍ୟ କରି ବିଭିନ୍ନ ଅଧିକାରୀଙ୍କ ସହ ଆଲେଚନା କରି ଏହାର ସମାଧାନ କରିବା ପାଇଁ କହିଥିଲେ  ।   ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ,ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ସ୍ୱାଇଁ, ଏସଡିପିଓ ଦେବଦତ୍ତ ବରାଳ, ଅତିରିକ୍ତ ଦେବତ୍ତର କମିଶନର ଆଶିଷ ପଟ୍ଟନାୟକ,  ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ବିଡିଓ ସରୋଜ କୁମାର ଦତ୍ତ, ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା,  ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ  ।    ଯାତ୍ରାଟିକୁ ସବାଙ୍ଗ ସୁନ୍ଦର କରିବା ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ ସମସ୍ତଙ୍କର ସହଯୋଗ ଲୋଡିଥିଲେ  । ପୋଲିସ ପକ୍ଷରୁ ସମସ୍ତ ଆୟୋଜନ ପ୍ରସ୍ତୁତି  କରାଯାଇଛି  ବୋଲି ଅତିରିକ୍ତ ଏସପି ଶ୍ରୀ ସ୍ୱାଇଁ କହିଥିଲେ  । ଅଗ୍ନିଶମ ବିଭାଗ ପକ୍ଷରୁ ପୂର୍ବ ବର୍ଷ ପରି ଏ ବର୍ଷ ସେବା ଯୋଗାଇ ଦିଆଯିବ ବୋଲି ମନୋଜ ପାତ୍ର କହିଥିଲେ  । ପୂର୍ତ୍ତିିବିଭାଗ ପକ୍ଷରୁ ବ୍ୟାରକେଟ ନିର୍ମାଣ କରିବା ସହ କନା ସିଂଲି, ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା,. ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ, ସଫେଇ, ସେବା ଶିବିର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକମ ସର୍ମ୍ପର୍କେ ବିଶେଷ ଭାବରେ ଆଲେଚନା କରାଯାଇଥିଲା  । ଚଳିତ ବର୍ଷ ଭିଆଇପି ପାସ ଦେବତ୍ତର କମିଶନରଙ୍କ ଅଧିନରେ ରହିବ । ଗଣମାଧ୍ୟମ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ବୋଲି ବିଧାୟକ କହିଥିଲେ  । ପବିତ୍ର ଅଁଳା ନବମୀ ଓ ଏକାଦଶୀ  ଯାତ୍ରାରେ ପ୍ଳାଷ୍ଟିକ ବନ୍ଦ କରିବା ପାଇଁ ଜନସଚେତନତା କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ।  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts