Breaking News

ଚିରନିଦ୍ରାରେ ଗୋଟିପୁଅ ନୃତ୍ୟର ଅନନ୍ୟ ସାଧକ ଗୁରୁ ବୀରବର ସାହୁ

 କୋଣାର୍କ----ଗୋଟିପୁଅ ନୃତ୍ୟର ପ୍ରୟୋଗ କ୍ଷେତ୍ରରେ ଜଣେ ଅନନ୍ୟ ଶିଳ୍ପୀ ତଥା ପ୍ରତିଷ୍ଠିତ  ଗୁରୁଭାବରେ  ଦେଶ ବିଦେଶରେ ସୁପରିଚିତ ଗୁରୁ ବୀରବର ସାହୁଙ୍କର ୮୯ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସେ ଦିର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ କଳାଜଗତରେ ଶୋକର ଛାୟା ଖେଳିଯାଇଛି । ଗୁରୁ ବୀରବରଙ୍କୁ ତାଙ୍କ ଅସଂଖ୍ୟ ଛାତ୍ରଛାତ୍ରୀ, କଳାପ୍ରେମୀ, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀର  କୋଣାର୍କ ନାଟ୍ୟମଣ୍ଡରେ ପହଞ୍ଜିବା ପରେ ସ୍ୱର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧରଙ୍କ ପତ୍ନୀ ସୁଲୋଚନା ପ୍ରଧାନ, ସମ୍ପାଦକ ଶିବାଶିଷ ପ୍ରଧାନ, ଗୁରୁ ଜୟକୃଷ୍ଣ ନାୟକ, ଜଟାଧାରୀ ସ୍ୱାଇଁଙ୍କ ସମେତ ଅନ୍ତେବାସି ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ ଦେଇ ଶ୍ରଦ୍ଦାଞ୍ଜଳି ଜ୍ଞାପନ କରିଥିଲେ ।
    ଗୋଟିପୁଅ ନୃତ୍ୟ ଗୁରୁ ବୀରବରଙ୍କ ଆଜୀବନ ସାଧନା ଗୋଟିପୁଅ ନୃତ୍ୟକୁ ଲୋକାଭିମୁଖୀ ଓ ରୁଦ୍ଧିମନ୍ତ କରିବାରେ ମାଇଲଖୁଣ୍ଟ  ସଦୃଶ ହୋଇଥିଲା ।  ଗୁରୁ ବୀରବର ଏକଧାରାରେ ଗୋଟିପୁଅ ନୃତ୍ୟ,  କଣ୍ଠସଙ୍ଗୀତ ଓ ମର୍ଦ୍ଦଳବାଦ୍ୟର ଜଣେ  ଶିଳ୍ପୀ ଓ ପ୍ରତିଷ୍ଠିତ ଗୁରୁ ଭାବେ ଖ୍ୟାତି ଲାଭ କରିଥିଲେ । ଗୋଟିପୁଅର ପ୍ରଚାର ପ୍ରସାର ଦିଗରେ କୋଣାର୍କ ନାଟ୍ୟମଣ୍ଡପ ତାର ପୂର୍ବ ପ୍ରତିଷ୍ଠା ବଜାୟ ରଖି ଦୀର୍ଘଜୀବୀ ହେଉ ଏହାହିଁ ତାଙ୍କ ଜୀବନର ଶେଷ ଇଚ୍ଛାଥିଲା   ।
କୋଣାର୍କରୁ ଅଜିତ କୁମାର ମଲିକ


Blog Archive

Popular Posts