ଭିଜିଲାନ୍ସ ଜାଲ ରେ ନିମାପଡା ଆର ଏମ ସି ସମ୍ପାଦକ
ନିମାପଡ଼ା ----- ଭିଜିଲାନ୍ସ ଜାଲ ରେ ପୁରୀ ଜିଲ୍ଲାର ନିମାପଡା ଆର ଏମ ସି ସମ୍ପାଦକ । ଆୟ ବର୍ହିଭୁତ ସମ୍ପତି ଅଭିଯୋଗ ରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୩ ଗୋଟି ଜାଗାରେ ଚଢ଼ାଉ ଜାରି ରହିଛି । ନିମାପଡା ଆର ଏମ ସି କାର୍ଯ୍ୟାଳୟ, ନିମାପଡା ଏନ ଏ ଏସି କିଆକଣ୍ଟା ଠାରେ ଥିବା ନିଜ ବାସ ଭଵନ ସହିତ ଶଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ହେବାର ଖବରପାଇ ଆର ଏମ ସି ସମ୍ପାଦକ ବିଜୟ କୁମାର ସ୍ୱାଇଁ ଘରେ କିମ୍ବା ଅଫିସ ରେ ନ ଥିବା ରୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଭିଜିଲାନ୍ସ ।