Breaking News

ଆମ୍ବିଳିଗାଁ ସ୍କୁଲରେ ପୋଷାକ ବିତରଣ ଉତ୍ସବ

କୋଣାର୍କ----  ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର କୋଣାର୍କ ନିକଟ ଆମ୍ବିଳିଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପୋଷାକ ଓ ଜୋତା ବିତରଣ କରାଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସୁଦାମଚରଣ ଦାସଙ୍କ  ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଭୈରବ ନୋଡାଲ ଏନ୍ୟୁପିଏସର ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ମୁଖ୍ୟ ଅତିଥିରୁପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ ।  ପ୍ରଧାନଶିକ୍ଷକ ଜ୍ଞାନାନନ୍ଦ ମିଶ୍ରଙ୍କ ସଂଯୋଜନା କରିଥିଲେ  ।  ଅନ୍ୟମାନଙ୍କ ମଧ୍ୟରେ ୱାର୍ଡସଭ୍ୟ ବନମାଳି ସ୍ୱାଇଁ, ଅଭିଭାବକ ଦିଲ୍ଲୀପ କୁମାର ପଣ୍ଡା,ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଯୋଗଦେଇ ଭଲପାଠ ପଢି ନିଜ ଗ୍ରାମର ସୁନାମ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ବିଦ୍ୟାଳୟର ୭୬ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଗୋବିନ୍ଦ ଛାଟୋଇ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ


 A maliki
KonarK news

Blog Archive

Popular Posts